ବେଆଇନ ବାଲି ଚାଲାଣ: ବିପଦରେ ତଟବର୍ତ୍ତୀ ଅଞ୍ଚଳ

ବଡ଼ସାହି,୨୭ା୫(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାଳବଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି ା ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି ା କେତେକ ସ୍ଥାନରେ ବାଲିଖାଦାନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସ୍ଥାନରେ ବେଆଇନ ଭାବେ ବାଲି ଉଠାଯାଉଛି ା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଉଥିବା ଟ୍ରାନଜିଟ ପାସର ଦୁରୂପଯୋଗ କରି ବିଭିନ୍ନ ସ୍ଥାନକୁ ମଧ୍ୟ ବାଲି ଚାଲାଣ କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବଡ଼ସାହି ତହସିଲ ଅଞ୍ଚଳର ମହୁପୁରା, ବେଲପାଳ, ଡିଙ୍ଗିରା, ଆରପଟା, ଶାକୁଆ ଓ ପ୍ରତାପପୁର ଅଞ୍ଚଳ ନଦୀରୁ ବାଲି ଉତ୍ତୋଳନ କରିବା ସକାଶେ ରାଜସ୍ବ ଜମା ଦିଆଯାଇ ଲିଜ ନିଆଯାଇଛି। ଲିଜ ଖାଦାନର ବାଲି ଚଢା ଦରରେ ବିକ୍ରି ହେଉଥିବାରୁ ଆବାସ ଗୃହ ଯୋଜନାରେ ହିତାଧିକାରୀମାନେ ଆର୍ଥିକ ସମସ୍ୟାରେ ପଡୁଛନ୍ତି। ଅନ୍ୟପକ୍ଷେ ଲିଜ ଖାଦାନରୁ ବେଆଇନ ଭାବେ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଇ ଡମ୍ଫରରେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ରାଜସ୍ବ ବିଭାଗ ଫେଲ୍‌ ମାରିଛି ା ଏହାର ସୁଯୋଗ ନେଇ କେତେକ ଅସାଧୁ ବେପାରୀ ବେଆଇନ ଭାବେ ଚୋରାରେ ବାଲି ଉତ୍ତୋଳନ କରି କମ୍‌ ଦାମରେ ବିକ୍ରି କରୁଛନ୍ତି ା ବୁଢାବଳଙ୍ଗ ନଦୀ ପଠାର ଯୋଗୀନୂଆଗାଁ, ହରିପୁର, କୁଳିଅଣା ଓ ନିଶ୍ଚିନ୍ତପୁର ଆଦି ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବାରୁ ନଦୀକୂଳ କ୍ଷୟ ଘଟି ମାଧପୁର, ଆରପଟା, ଉଞ୍ଚବାଲି, ବଳଭଦ୍ରପୁର, କୁଳିଅଣା, ବର୍ତ୍ତନା, ଗମ୍ଭାରିଆ, ବାଗୁଲି, ଖୁଣ୍ଟାପାଳ, ଭଞ୍ଜବାଟୀ, ମାଙ୍କଡାପାଳ, ବାଘୁଆପାଳ, ପତରାପଦା, ପଣ୍ଡୁପାଳ, ଆସୁକନ୍ଦ, ରଙ୍ଗପାଣି ଓ କୁଲକୋଠା ଗ୍ରାମ ପ୍ରତି ବିପଦ ସୃଷ୍ଟି କରିଛି। ଦିନରାତି ମେଶିିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯିବାରୁ ସେହି ସ୍ଥାନରେ ନଦୀଶଯ୍ୟା ଗଭୀର ହୋଇଛି। ତଳମୁଣ୍ଡରେ ଥିବା ନଦୀ ବାଙ୍କରେ ବର୍ତ୍ତମାନ ବାଲି ଜମା ହୋଇ ରହିଥିବାରୁ ବନ୍ୟା ଆସିଲେ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରାଯାଉଛି।
ଅନୁରୂପ ଭାବେ ଡ଼ିଙ୍ଗିରା ଓ ଶାକୁଆ ଘାଟରୁ ବାଲି ଉତ୍ତୋଳନ ହେଉଥିବାରୁ ଘାଟ ନିକଟସ୍ଥ ଗ୍ରାମ ଗୁଡିକ ନଦୀ ଗର୍ଭରେ ଲୀନ ହେବାକୁ ବସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବେଆଇନ ବାଲି ଚାଲାଣ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି ା ଶନିବାର ଅପରାହ୍ନରେ କାଳବୈଶାଖୀ ହେବା ବେଳେ ଚୋରାରେ ବାଲି ବୋଝେଇ କରୁଥିବା ଏକ ଟ୍ରାକ୍ଟରର ଡ୍ରାଇଭର ଓ ହେଲପର ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି ା ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ବାଲି ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରମହାପାତ୍ର ଦାବି କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ଅମୀୟ କୁମାର ରାଉତଙ୍କୁ ପଚାରିବାରୁ କହିଛନ୍ତି, ବେଆଇନ ବାଲି ଖାଦାନରେ ଚଢାଉ ହେଉଛି ା ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ବାରାକରୁ ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର,୮।୪: ବାଲେଶ୍ବର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଯଶୋଦା ଦାସ। ରିପୋର୍ଟ...

ଭକ୍ତମୟ ହେଉଛି ଚନ୍ଦନେଶ୍ୱର ଶୈବପୀଠ, ସମୀକ୍ଷାକଲେ ବିଧାୟକ

ଭୋଗରାଇ, ୭ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳା ମାର୍ଚ୍ଚ ୩୧ରୁ ଧ୍ୱଜ...

ଓଡ଼ିଶା ଭିତରେ ପଶି ପଶ୍ଚିମବଙ୍ଗ ରାସ୍ତା ନିର୍ମାଣକୁ ବନ୍ଦ କଲେ ବିଧାୟକ ଗୌତମ ବୁଦ୍ଧ

ଭୋଗରାଇ, ୭।୪(ପ୍ରଦୀପ ଦାସ): ଆମେ ଓଡ଼ିଆ। ମା, ମାଟି ମାତୃଭାଷା ବିପନ୍ନ ହେଲେ ସୁରକ୍ଷା ପାଇଁ ଲଢ଼େଇକରି ବଞ୍ଚିବା ଶିଖିଛୁ। ଯୋଗ୍ୟ ସନ୍ତାନ ଭାବେ ଆମ...

ବାଲେଶ୍ବରରେ ରାମନବମୀ ଶୋଭାଯାତ୍ରାରେ ନିଆରା ଦୃଶ୍ୟ

ବାଲେଶ୍ବର,୬।୪: ଆଜି ପବିତ୍ର ରାମନବମୀ। ସବୁଠି ଉତ୍ସବମୁଖର। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କୁ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ।...

ସୀମା ଟପିଲା ଯୌତୁକ ନିର୍ଯାତନା: ବୋହୂକୁ ନିର୍ଧୂମ ପିଟିଲେ ଶାଶୁ-ଶ୍ୱଶୁର

ବାଲେଶ୍ୱର,୬ା୪(ବାଞ୍ଛାନିଧି ଦେ): ଅଧିକ ଯୌତୁକ ଦାବି କରି ବୋହୂକୁ ଶାଶୁଘର ଲୋକଙ୍କ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶାଶୁଘର ଲୋକଙ୍କ ମାଡ଼ରେ ବୋହୂ ଗୁରୁତର ହୋଇ...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ବକେୟା ଅର୍ଥ ମାଗିବାକୁ କେନ୍ଦ୍ର କରି ହଣାକଟା,୧୨ ଗୁରୁତର

ବାଲେଶ୍ୱର,୨ା୪ (ବାଞ୍ଛାନିଧି ଦେ): ବକେୟା ଅର୍ଥକୁ ନେଇ ବାଲେଶ୍ୱର ଜିଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ୨ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଛି। ୪ମହିଳାଙ୍କ ସମେତ...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅର୍ଥ ଆତ୍ମସାତ୍‌: ଗିରଫ ହେଲେ ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image