ବେଆଇନ ବାଲି ଚାଲାଣ, ୫ ଗାଡ଼ି ଜବତ

ଜଳେଶ୍ୱର, ୩୦।୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନରେ ସୁବର୍ଣ୍ଣରେଖାର ପ୍ରାୟ ୨୨ଟି ବାଲିସୈରାତଗୁଡ଼ିକ ୫ବର୍ଷ ପୂର୍ବେ ନିଲାମ ଦିଆଯାଇଥିବା ବେଳେ ଏବେ ଅବଧି ପୂରିବାକୁ ଯାଉଛି। ଲକ୍‌ଡାଉନ୍‌ ପାଇଁ ବାଲି ପରିବହନ ଠପ୍‌ ଥିବା ବେଳେ ଏବେ ଗତ କିଛିଦିନ ଧରି ହଜାର ହଜାର ଟ୍ରାକ୍ଟର, ଡମ୍ପରରେ ବାଲି ପରିବହନ ହେଉଛି ା ବାଲି ଖାଦାନ ମାଲିକମାନେ ଆବଶ୍ୟକଠାରୁ ଅଧିକ ବାଲି ଉତ୍ତୋଳନ କରି ଅଧିକ ମୂଲ୍ୟରେ ବିକ୍ରି କରି ମାଲାମାଲ ହେଉଛନ୍ତି ା ଏନେଇ ତହସିଲଦାର ଓ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। ଅଭିଯୋଗ ପରେ ଗତ ୨/୩ ଦିନ ଧରି ଜଳେଶ୍ୱର ତହସିଲଦାର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରିଛନ୍ତି। ଶନିବାର ସକାଳେ ଏହି ଟିମ୍‌ ବେଆଇନ ଭାବେ ପରିବହନ ହେଉଥିବା ୫ଟି ଟ୍ରାକ୍ଟର ଜବତ କରିବାରେ ସକ୍ଷମ ହୋଇଥିଲା। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ଶୁଭେନ୍ଦୁ ସାହୁ, ସଦର ଆର୍‌ଆଇ ମାନସ ବେହେରା, ଦିଲୀପ ଚାନ୍ଦ ପ୍ରମୁଖ ଅଚାନକ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୫ ଗାଡି ମଧ୍ୟରୁ ୩ଟି ଟ୍ରାକ୍ଟର ନମ୍ବର ବିହୀନ ଥିଲା।