ବେଆଇନ ଭାବେ ଆମେରିକାରେ ରହୁଥିବା ୧୬୧ ଭାରତୀୟ ଫେରିବେ ସ୍ବଦେଶ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୫: ଆମେରିକାରେ ବେଆଇନ ଭାବେ ରହୁଥିବା ୧୬୧ ଭାରତୀୟ ଚଳିତ ସପ୍ତାହରେ ସ୍ବଦେଶ ଫେରିବେ। ସେମାନେ ଆମେରିକାର ଦକ୍ଷିଣ ସୀମାରେ ଥିବା ମେକ୍ସିକୋ ଦେଇ ପ୍ରବେଶ କରିଥିବା କୁହାଯାଉଛି। ବେଆଇନ ଭାବେ ପ୍ରବେଶ କରିଥିବାରୁ ସେମାନଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଥିଲା। ଭାରତୀୟମାନେ ଏକ ସ୍ବତନ୍ତ୍ର ବିମାନ ଯୋଗେ ପଞ୍ଜାବର ଅମୃତସରରେ ପହଞ୍ଚିବେ। ସେମାନଙ୍କ ମଧ୍ୟରେ ହରିୟାଣାର ୭୬ ଜଣ, ପଞ୍ଜାବର ୫୬ ଜଣ, ଗୁଜରାଟର ୧୨ ଜଣ ଅଛନ୍ତି। ସେହିପରି ଉତ୍ତରପ୍ରଦେଶର ୫ ଜଣ, ମହାରାଷ୍ଟ୍ରରର ୪ ଜଣ ଥିବାବେଳେ କେରଳ, ତେଲଙ୍ଗାନା ଏବଂ ତାମିଲନାଡୁର ୨ ଜଣ ଲେଖାଏଁ ବାସିନ୍ଦା ରହିଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ଗୋଆର ଜଣେ ଲେଖାଏଁ ବାସିନ୍ଦା ସେମାନଙ୍କ ମଧ୍ୟରେ ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ହରିୟାଣାର ୧୯ ବର୍ଷ ବୟସ୍କ ୨ ଯୁବକ ଅଛନ୍ତି।

Share