ବେଆଇନ ଭାବେ ଟ୍ରେନ୍‌ ଟିକେଟ ବିକ୍ରି, ୭ ଗିରଫ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ବ୍ୟକ୍ତିଗତ ଆଇଆର୍‌ସିଟିସି ଆକାଉଣ୍ଟରେ ଟିକଟ କାଟି ବିକୁଥିବା ୭ ଜଣ ଏଜେଣ୍ଟଙ୍କୁ ଆର୍‌ପିଏଫ୍‌ ଗିରଫ କରିଛି। ଗତ ମାସ ୨୮ ତାରିଖରୁ ବୁଧବାର ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏମାନଙ୍କୁ ଧରାଯାଇଛି। ସେମାନେ ହେଲେ ନୀଳାଦ୍ରି ବିହାରର ଅଭିମନ୍ୟୁ ସ୍ବାଇଁ, ବିପିନ ଚୌଧୁରୀ, ସୁନ୍ଦରପଦାର ଶ୍ରୀକାନ୍ତ ପାଣିଗ୍ରାହୀ, ଜାଗମରାର ହୃଦାନନ୍ଦ ଜେନା, ବରମୁଣ୍ଡାର ମୃତ୍ୟୁଞ୍ଜୟ ସାହୁ, ଦେବାଶିଷ ପଟ୍ଟନାୟକ ଓ ବମିଖାଲର ଜ୍ୟୋତିରଞ୍ଜନ ବେହେରା। ସେମାନଙ୍କ ନିକଟରୁ ୮୧ ଟିକେଟ, ୭ ସିପିୟୁ ଓ ମୋଡେମ ଜବତ କରାଯାଇଛି। ଆରପିଏଫ୍‌ ଥାନାରେ ରେଲ୍‌ଓ୍ବେ ଆକ୍ଟ ୧୪୩ରେ ୭ଟି ମାମଲା ରୁଜୁ ହୋଇଛି।

Share