ମହାକାଳପଡ଼ା,୬।୧(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳର ପାର୍ଶ୍ୱ ଗ୍ରାମ ମଧ୍ୟରେ ବେଆଇନ ରାସ୍ତା ଏବଂ ଇଟାଭାଟି ନିର୍ମାଣକୁ ସ୍ଥାନୀୟ ମହିଳାମାନେ ବିରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଖରିନାସୀ ଗ୍ରାମର ୬ ଓ ୧୪ ନଂ ଓ୍ବାର୍ଡର ୧୦୦ରୁ ଊର୍ଦ୍ଧ୍ୱ ମହିଳା ବେଆଇନ ଭାବେ ନିର୍ମାଣ କରାଯାଉଥିବା ଇଟାଭାଟିକୁ ସୋମବାର ବିରୋଧ କରିଛନ୍ତି। ସିମେଣ୍ଟ ଇଟା ତିଆରି କରାଯାଉଥିବାରୁ ଶବ୍ଦ ପ୍ରଦୂଷଣ, ଧୂଳିଧୂଆଁରେ ଲୋକେ ଅଣନିଃଶ୍ୱାସୀ ହୋଇ ପଡୁଥିବାବେଳେ ପନିପରିବା ଚାଷ ପ୍ରଭାବିତ ହେଉଛି। ଏନେଇ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡଳ, କୁନ୍ତୀ ମଣ୍ଡଳ, କାଜଲ ମାଇତି, ରେନୁ ବାରିକ୍, ଅଞ୍ଜନା ଗିରି, କବିତା ମଣ୍ଡଳ, ପଦ୍ମିନୀ ଜେନା ପ୍ରମୁଖ ସ୍ଥାନୀୟ ସରପଞ୍ଚଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଏହି ବିରୋଧ କରିଥିବା କହିଛନ୍ତି।
ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ନିରଞ୍ଜନ ସାହୁଙ୍କ ମତାମତ ନେବାରୁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି।