Categories: ଜାତୀୟ

ବେଆଇନ ଲାଇସେନ୍ସ୍‌ ପ୍ରଦାନ ମାମଲା: ୧୩ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୩୦।୧୨: ମାରଣାସ୍ତ୍ର ରଖିବା ପାଇଁ ବେଆଇନ ଭାବେ ଦିଆଯାଇଥିବା ୨ ଲକ୍ଷ ଲାଇସେନ୍ସ୍‌ ମାମଲାରେ ସିବିଆଇ ପକ୍ଷରୁ ଦେଶର ୧୩ଟି ସ୍ଥାନରେ ସୋମବାର ଚଢ଼ାଉ ଆରମ୍ଭ କରାଯାଇଛି। ଶ୍ରୀନଗର, ଜମ୍ମୁ, ଗୁରୁଗାଓଁ ଏବଂ ନୋଏଡ଼ା ଆଦିଠାରେ ଚଢ଼ାଉ ଜାରି ରହିଛି। ଜମ୍ମୁ-କଶ୍ମୀରର କୁପଓ୍ବାରା, ବାରମୁଳା, ଉଦାମପୁର, କିଶତ୍‌ଓ୍ବାର, ଶୋପିଆନ୍‌, ରାଜୌରୀ, ଡୋଡ଼ା, ପୁଲଓ୍ବାମା ଆଦିଠାରେ ଚଢ଼ାଉ ଜାରି ରହିଛି। କେତେକ ସର୍ତ୍ତାବଳୀକୁ ଉଲ୍ଲଂଘନ କରାଯାଇ ମାରଣାସ୍ତ୍ର ରଖିବା ପାଇଁ ଲାଇସେନ୍ସ୍‌ ପ୍ରଦାନ କରାଯାଇଥିବା ସିବିଆଇ ପ୍ରବକ୍ତା ନୀତୀନ୍‌ ଓ୍ବାକନକାର ସୂଚନା ଦେଇଛନ୍ତି।

Share