ବେକରେ ଓଢ଼ଣୀ ଲଗାଇ ଛାତ୍ରୀଙ୍କ ଆମତ୍ହତ୍ୟା: ବାପା ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାପଡା,୨୧।୬(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁରସ୍ଥିତ ଏକ ମହାବିଦ୍ୟାଳୟର ଛାତ୍ରୀନିବାସରେ ଜଣେ +3 ପ୍ରଥମବର୍ଷ ବାଣିଜ୍ୟ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି। ଖବରପାଇ ଓଲଟପୁର ପୋଲିସ ତାଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇ ୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।
ଅପରପକ୍ଷେ ଝିଅ ଆତ୍ମହତ୍ୟା କରିନାହିଁ ବରଂ ତାଙ୍କୁ ମାରିଦେଇ ଫ୍ୟାନରେ ଝୁଲାଇ ଦିଆଯାଇଛି ବୋଲି ମୃତା ଛାତ୍ରୀଙ୍କ ବାପା ଓଲଟପୁର ଥାନାରେ ଲିଖିଖତ ଅଭିଯୋଗ କରିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଛାତ୍ରୀଜଣଙ୍କ ତାଙ୍କ ମାଆଙ୍କ ମୋବାଇଲକୁ ‘ମମ୍‌ ସରି’ ବୋଲି ଏକ ମେସେଜ ପଠାଇଥିଲେ। ମେସେଜ ଦେଖି ସକାଳେ ଛାତ୍ରୀଙ୍କ ମାଆ ଝିଅସହ କଥାହେବାପାଇଁ ଫୋନଲଗାଇଥିଲେ। ମାତ୍ର ମୋବାଇଲ ସୁଇଚଅଫ ଥିବାରୁ ସେ ଛାତ୍ରୀନିବାସ ସୁପରିଟେଣ୍ଡେଣ୍ଟଙ୍କୁ ଫୋନକରି ଝିଅ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ସୁପରିଣ୍ଟେଣ୍ଡେଣ୍ଟ ଛାତ୍ରୀ ଜଣକ ରହୁଥିବା ରୁମକୁ ଯାଇ ସେଠାରେ ତାଙ୍କୁ ପାଇ ନ ଥିଲେ। ପାଖ ରୁମରେ କେହି ରହୁନଥିବାବେଳେ ଭିତରପଟୁ କବାଟ ଦିଆଯାଇଥିବା ଦେଖି ସନ୍ଦେହରେ ଉକ୍ତ ରୁମ୍‌ର ଝରକା କବାଟକୁ ଖୋଲିବାପରେ ଛାତ୍ରୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ ପରିବାର ଲୋକ ଓ ପୋଲିସକୁ ଜଣାଇଥିଲେ। ତେବେ ଛାତ୍ରୀଜଣଙ୍କ ଅମତ୍ହତ୍ୟା କାରଣ ଅସ୍ପଷ୍ଟ ରହିଛି।

Share