Categories: ବାଣିଜ୍ୟ

ବେକାରି ହାର ୮.୬%କୁ ବୃଦ୍ଧି

ନୂଆଦିଲ୍ଲୀ,୨-୧୧: ଚଳିତ ବର୍ଷ ଅକ୍ଟୋବରରେ ଦେଶର ବେକାରି ହାର ତିନି ବର୍ଷର ସର୍ବାଧିକ ସ୍ତର ୮.୬%କୁ ବୃଦ୍ଧି ଘଟିଛି। ଏହା ୨୦୧୬ ପରଠାରୁ ସର୍ବାଧିକ ବୋଲି ଜଣାପଡିଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ହାର ୭.୨% ରହିଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି( ସିଏମ୍‌ଆଇଇ) ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। ମାନ୍ଦାବସ୍ଥା ପ୍ରଭାବ ଅର୍ଥନୀତି ଉପରେ ରହିଥିବାରୁ ଏଭଳି ସ୍ଥିତି ଉପୁଜିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟକଳାପ ହ୍ରାସ ହେବା ଯୋଗୁ ଏହା ୫.୨% ହ୍ରାସ ଘଟିଛି। ଏହା ସବୁଠାରୁ ଖରାପ ପ୍ରଦର୍ଶନ ବୋଲି ସରକାରୀ ଡାଟାରୁ ଜଣାପଡିଛି। ସେହିଭଳି ଶିଳ୍ପ ଉତ୍ପାଦନ ପ୍ରଭାବିତ ହୋଇ ୬ ବର୍ଷର ସବୁଠାରୁ ଖରାପସ୍ଥିତିରେ ରହିଥିବା ସିଏମ୍‌ଆଇଇ ରିପୋର୍ଟରେ କୁହାଯାଇଛି।

Share