Categories: ବାଣିଜ୍ୟ

ବେକାରି ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧।୬: ମୋଦି ସରକାର କ୍ଷମତାକୁ ଫେରିବାର ଦ୍ୱିତୀୟ ଦିନରେ ଶୁକ୍ରବାର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ବେକାରି ପରିସଂଖ୍ୟାନ ପ୍ରକାଶ କରାଯାଇଛି। ଦେଶରେ ବେକାରି ସଂଖ୍ୟା ବଢ଼ିଛି ବୋଲି ସାଧାରଣ ନିର୍ବାଚନ ବେଳେ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଥିବା ବେଳେ ଏନ୍‌ଡିଏ ସରକାର ଏହାକୁ ଖଣ୍ଡନ କରୁଥିଲେ। ତେବେ ମୋଦି ସରକାର ଶୁକ୍ରବାର ଦାୟିତ୍ୱ ନେବା ମାତ୍ରେ ଦେଶରେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି ବୋଲି ଶେଷରେ ମାନିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଆର୍ଥିକ ବର୍ଷ୨୦୧୭-୧୮ରେ ଦେଶରେ ବେକାରି ହାର ୬.୧% ରହିଛି। ତେବେ ଶ୍ରମ ମନ୍ତ୍ରଣାଳୟ ସଚିବ ବେକାରି ସଂଖ୍ୟା ହାରକୁ ନେଇ ସରକାରଙ୍କ ପକ୍ଷ ରଖିବାକୁ ପ୍ରୟାସ କରିଛନ୍ତି। ସେ କହିଛନ୍ତି ଯେ, ସାମ୍ପଲିଂ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଏଣୁ ଏହି ତଥ୍ୟକୁ ପୁରୁଣା ତଥ୍ୟ ସହ ତୁଳନା କରାଯାଇପାରିବ ନାହିଁ। ପରିସଂଖ୍ୟାନ ଅନୁଯାୟୀ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ବେରୋଜଗାର ରହିଛନ୍ତି।

Share