Categories: ଫୁରସତ

ବେକାର ଯୁବକଙ୍କ ବିବାହ ବିଜ୍ଞାପନ: ମନରେ ଦେଶଭକ୍ତି ଥିବା କନ୍ୟା ଆବଶ୍ୟକ

ନୂଆଦିଲ୍ଲୀ,୧୮।୨: ବିବାହ ପାଇଁ କେତେକ ଭଲ ବର ଏବଂ କନ୍ୟା ଲାଗି ବିଜ୍ଞାପନ ଦେଇଥାନ୍ତି। ବିଜ୍ଞାପନରେ ବର ଅବା କନ୍ୟାଙ୍କ ବିଷୟରେ ବିବରଣୀ ଦିଆଯିବା ସହିତ ଆବଶ୍ୟକ ହେଉଥିବା ବର ତଥା କନ୍ୟାଙ୍କ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇଥାଏ। ଏହାକୁ ଏକ ସାଧାରଣ ବିବାହ ବିଜ୍ଞାପନ ଭାବେ ବିବେଚନା କରାଯାଇଥାଏ। କିନ୍ତୁ ଏବେ ଜଣେ ବେକାର ଯୁବକଙ୍କ ଦ୍ୱାରା ବିବାହ ପାଇଁ ଦିଆଯାଇଥିବା ବିଜ୍ଞାପନ ନେଇ ସୋସିଆଲ୍‌ ମିଡ଼ିିଆରେ ଚର୍ଚ୍ଚା ଜାରି ରହିଛି। ଏହି ବିଜ୍ଞାପନ ୩୧ ବର୍ଷ ବୟସ୍କ ଅଭିନବ କୁମାର ନାମକ ଜଣେ ଯୁବକ ଦେଇଛନ୍ତି। ସେ କୌଣସି କାମ କରୁ ନ ଥିବା ସୂଚିତ କରିଛନ୍ତି। କନ୍ୟାଙ୍କ ମନରେ ଦେଶଭକ୍ତି ଭାବନା ରହିଥିବା ଜରୁରୀ ବୋଲି ସେ ବିଜ୍ଞାପନରେ ଦର୍ଶାଇଛନ୍ତି। କନ୍ୟା ଜଣକ ଦେଖିବାକୁ ସୁନ୍ଦର ଏବଂ ତାଙ୍କର ଖେଳକୁଦରେ ଦକ୍ଷତା ରହିଥିବା ଆବଶ୍ୟକ। ଅଭିନବଙ୍କ ଉଚ୍ଚତା ୫ ଫୁଟ ୮ ଇଞ୍ଚ ବୋଲି ବିଜ୍ଞାପନରେ ଦେଖିବାକୁ ମିଳୁଛି। ତେବେ ଏହି ବିଜ୍ଞାପନକୁ ବହୁ ୟୁଜର ଟ୍ରୋଲ୍‌ କରିଛନ୍ତି। ଏଭଳି କନ୍ୟା କେଉଁଠି ମିଳିବ ବୋଲି କେତେକ ପ୍ରଶ୍ନ କରିଛନ୍ତି। ଏହି ବିଜ୍ଞାପନଟି କେଉଁ ଖବର କାଗଜରେ ଏବଂ କେବେ ପ୍ରକାଶିତ ହୋଇଥିଲା ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।

Share