ବେକ କାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା ଅଫିସ, ୨୪ା ୫: ରାଉରକେଲା ସ୍ବତନ୍ତ୍ର କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀ ଶୁକ୍ରବାର ସକାଳେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି।  ମିଳିଥିବା ସୂଚନା ମୁତାବକ, ଜଣେ କଏଦୀ ସକାଳେ ଏକ ଧାରୁଆ ଟିଣରେ ଦେହର ବିଭିନ୍ନ ସ୍ଥାନକୁ କାଟିବା ସହ ବେକ କାଟି ଦେଇଥିଲେ। ଫଳରେ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷେ ୩ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ଜେଲ କର୍ତ୍ତୃପକ୍ଷ ଆର୍‌ଜିଏଚ୍‌ରେ ଚିକିତ୍ସା କରାଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଉଥିଲେ। ତେବେ କେଉଁ କାରଣକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କଲେ ସେନେଇ ତଦନ୍ତ ଚାଲିିଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି।