Categories: ଜାତୀୟ

ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀ ଗିରଫ: ବିନା ଭିଜାରେ ବାସ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୧୦: କର୍ନାଟକ ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ବିନା ଭିଜାରେ ସହରରେ ବାସ କରୁଥିବା ଅଭିଯୋଗ ହୋଇଛି। ସହରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଭିଯୋଗ ମିଳିବା ପରେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହାପରେ ତାଙ୍କୁ ବାଂଲାଦେଶ ପଠାଯିବାର ବ୍ୟବସ୍ଥା କରାଯିବ।

Share