Categories: ଖେଳ

ବେଙ୍ଗାଲୁରୁରେ ଟିମ୍‌ ଇଣ୍ଡିଆର ଧମାକା: ୨-୧ରେ ଜିତିଲା ସିରିଜ୍‌

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବ୍ଜା କରିଛି ଭାରତ। ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଭାରତ ପ୍ରଥମ ଦିନିକିଆ ହାରିଥିବା ବେଳେ ଦ୍ୱିତୀୟ ଦିନିକିଆରେ ବିଜୟ ସହ ସିରିଜକୁ କମବ୍ୟାକ୍‌ କରିଥିଲା। ଫଳରେ ତୃତୀୟ ମ୍ୟାଚ୍‌ଟି ନିର୍ଣ୍ଣାୟକ ହୋଇପଡିଥିଲା।
ବେଙ୍ଗାଲୁରୁର ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୨୮୬ ରନ୍‌ ସଂଗ୍ରହ କରଥିଲା। ବିଜୟଲକ୍ଷ୍ୟ ୨୮୭ ରନ୍‌ର ପିଛା କରି ଭାରତୀୟ ଦଳ ପ୍ରାରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲା। ଦୁଇ ଓପନର୍‌ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ରାହୁଲ ୧୯ ରନ କରି ଆଉଟ ହୋଇଥିବାବେଳେ ରୋହିତ ୧୧୯ ରନ୍‌ କରିଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରି ୮୯ ରନରେ ଆଉଟ୍‌ ହୋଇଥିଲେ।

Share