Categories: ଜାତୀୟ

ବେଙ୍ଗାଲୁରୁରେ ପ୍ରତିଦିନ ଘଣ୍ଟେ ପାଇଁ ମିଳିବ ମାଗଣା ଓ୍ବାଇଫାଇ

ବେଙ୍ଗାଲୁରୁ,୨୦।୧୧: କର୍ନାଟକ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବେଙ୍ଗାଲୁରୁରେ ପ୍ରତିଦିନ ଘଣ୍ଟେ ପାଇଁ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏଥିଲାଗି ସରକାରଙ୍କୁ ଶହେ କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ। ସହରରେ ୪ ହଜାର ଓ୍ବାଇଫାଇ ସ୍ପଟ୍‌ ନିର୍ମାଣ କରାଯିବ। ଏନେଇ ରାଜ୍ୟ ସରକାର ଏବଂ ଏସିଟି ଇଣ୍ଟରନେଟ୍‌ ସେବା ମଧ୍ୟରେ ବୁଝାମଣା ହୋଇଛି।

Share