Categories: ଖେଳ

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ

ବେଙ୍ଗାଲୁରୁ, ୪ା୧ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଧାନ୍ୟ ଜାରି ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଦଳ ୨-୧ ଗୋଲ୍‌ରେ ଏଫ୍‌ସି ଗୋଆକୁ ହରାଇ ଦେଇଛି। ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ସୁନୀଲ ଛେତ୍ରୀ(୫୯ତମ ମିନିଟ) ଙ୍କ ଗୋଲ ବଳରେ ବେଙ୍ଗାଲୁରୁ ଅଗ୍ରଣୀ ଲାଭ କରିଥିଲା। ଗୋଆ ହୁଗୋ ବୋମସ (୬୧ତମ)ଙ୍କ ଗୋଲ ଜରିଆରେ ମ୍ୟାଚକୁ ବରାବର ସ୍ଥିତିକୁ ନେଇଆସିଥିଲା। ଛେତ୍ରୀ ପୁନଶ୍ଚ ୮୩ତମ ମିନିଟରେ ଗୋଲ ଦେଇ ତାଙ୍କ ଦଳକୁ ବିଜୟୀ କରାଇଥିଲେ। ଶୁକ୍ରବାର ଏହି ବିଜୟ ଦ୍ୱାରା ବେଙ୍ଗାଲୁରୁ ୧୧ଟି ଗେମ୍‌ରୁ ୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପରାଜୟ ସତ୍ତ୍ୱେ ଗୋଆ ଦଳର ୨ ପଏଣ୍ଟ ଆଗରେ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଛି।

Share