Categories: ଖେଳ

ବେଙ୍ଗାଲୁରୁ ବୁଲ୍ସ ବିଜୟୀ

ଚେନ୍ନାଇ, ୧୮ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ରେ ଶନିବାର ବେଙ୍ଗାଲୁରୁ ବୁଲ୍ସ ୩୨-୨୧ରେ ତାମିଲ ଥଲାଇଭାସକୁ ହରାଇ ଦେଇଛି। ଏହି ବିଜୟ ଦ୍ୱାରା ଦଳ ୮ଟି ମ୍ୟାଚରୁ ୨୭ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରି ନେଇଛି। ବେଙ୍ଗାଲୁରୁ ବୁଲ୍ସ ବୁଧବାର ଏହାର ପରବର୍ତ୍ତୀ ମ୍ୟାଚ ପୁନେରୀ ପଲ୍‌ଟନ ବିପକ୍ଷରେ ଖେଳିବ, ଯେଉଁ ଦଳ ପଏଣ୍ଟ ଟେବୁଲର ଅନ୍ତିମ ସ୍ଥାନରେ ରହିଛି। ଶନିବାର ବେଙ୍ଗଲ ଓ୍ବାରିୟର୍ସ ଏବଂ ଦବଙ୍ଗ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ଏକ ମ୍ୟାଚ ୩୦-୩୦ରେ ଟାଇ ଭାବେ ଶେଷ ହୋଇଛି।

Share