Categories: ଜାତୀୟ

ବେଙ୍ଗାଲୁରୁ ରେଳ ପ୍ରୋଜେକ୍ଟ ଉଦ୍‌ଘାଟନ କଲେ ଶ୍ରମିକଙ୍କ ଝିଅ

ବେଙ୍ଗାଲୁରୁ,୧୧।୧୧: ବେଙ୍ଗାଲୁରୁରେ ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଦକ୍ଷିଣ-ପଶ୍ଚିମ ରେଳ ବିଭାଗ ଦ୍ୱାରା ଏକ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯାଇଥିଲା। ଯାହାକୁ ମନ୍ତ୍ରୀ, ଅଧିକାରୀ କି କୌଣସି ସେଲିବ୍ରିଟି ନୁହେଁ, ଜଣେ ଶ୍ରମିକଙ୍କ ଝିଅ ଏହାକୁ ଉଦଘାଟନ କରିଥିଲେ। ବେଙ୍ଗାଲୁରୁ ସେଣ୍ଟ୍ରାଲ୍‌ ଏମପି ପି.ସି ମୋହନ ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ସମୟରେ ଅଯୋଧ୍ୟା ରାୟ ଆସିବାର ଥିବାରୁ ସେଠାରେ ଧାରା ୧୪୪ ଜାରି କରାଯାଇଥିଲା। ତେଣୁ ଏମ୍‌ପି ଉଦଘାଟନ ସମାରୋହରେ ସାମିଲ ହୋଇପାରି ନ ଥିଲେ। କୌଣସି ଜଣେ ସାଧାରଣ ଲୋକ ଏହାକୁ ଉଦଘାଟନ କରୁ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ମାନି ରେଳ ଅଧିକାରୀମାନେ ୧୦ ବର୍ଷୀୟ ବେଗମ୍ମାଙ୍କୁ ବାଛିଥିଲେ। ବେଗମ୍ମାଙ୍କ ପିତା ଏହି ରେଳ ପ୍ରୋଜେକ୍ଟରେ ଜଣେ ଶ୍ରମିକ ଭାବେ କାମ କରନ୍ତି।

Share