ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍‌ରେ ୩ ସନ୍ତାନ ଜନ୍ମଦେଲେ ମହିଳା: ଆଖିବୁଜିଲେ ସମସ୍ତ ନବଜାତକ

ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ରେଳ ଷ୍ଟେଶନରେ ଶୁକ୍ରବାର ସକାଳେ ଜଣେ ମହିଳା ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍‌ରେ ୩ ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତ ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଆସାମ ଗୁଆହାଟୀ ନାଲବାରି ଜିଲାର ବାଲକ୍ଷେତ୍ରି ବ୍ଲକର ମୁନ୍‌ଜିଲା ଖାତୁନ୍‌ ବୋଲି ଜଣାପଡ଼ିଛି। ମୁନ୍‌ଜିଲା ବେଙ୍ଗାଲୁରରୁ ଗୁଆହାଟୀ ଯାଉଥିବା ବେଳେ ଭଦ୍ରକ ଷ୍ଟେଶନରେ ଏକ ଶିଶୁକନ୍ୟା ଓ ୨ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିଲେ। ତେବେ ପାଖରେ ଥିବା ଯାତ୍ରୀ ରେଳ ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। ଗୁରୁତର ଅବସ୍ଥାରେ ମୁନ୍‌ଜିଲାଙ୍କ ସମେତ ସମସ୍ତ ନବଜାତକଙ୍କୁ ସୁରକ୍ଷାକର୍ମୀ, ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ସୁସ୍ଥ ଥିବା ଅତିରିକ୍ତ ଜିଲା ଚିକିତ୍ସାଧିକରୀ ପ୍ରଦୀପ ଖୁଣ୍ଟିଆ କହିଛନ୍ତି।