Categories: ଜାତୀୟ

ବେଜିଂକୁ ଦୋଷଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୩: ଅରୁଣାଚଳ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବହୁବାର ସ୍ପଷ୍ଟ ଭାବେ ଚାଇନାକୁ ବୁଝାଯାଇଛି। ତଥାପି ବେଜିଂ ଜାଣିଶୁଣି ସୀମାବିବାଦକୁ ବଢ଼ାଇବା ଲାଗି ପ୍ରୟାସ କରୁଛି ବୋଲି ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ୍‌ ଲୋକ ସଭାରେ ବୁଧବାର ପ୍ରକାଶ କରିଛନ୍ତି। ପୂର୍ବ ଭାଗରେ ବେଜିଂ ଅରୁଣାଚଳ ପ୍ରଦେଶର ପ୍ରାୟ ୯୦ ହଜାର ସ୍କୋୟାର କି.ମି. ନିଜର ବୋଲି ଦାବି କରୁଛି। ସେହିଭଳି ଲଦାଖରେ ଚାଇନା ୩୮ ହଜାର ସ୍କୋୟାର କି.ମି. ଜବରଦଖଲ କରି ରଖିଛି ବୋଲି ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି। ୧୯୬୩ରେ ପାକିସ୍ତାନ- ଚାଇନା ସୀମା ଚୁକ୍ତିରେ ଭାରତର ୫,୧୮୦ ସ୍କୋୟାର କି.ମି. (ପିଓକେ) ଅଞ୍ଚଳକୁ ପାକିସ୍ତାନ ଦେଇଥିବା ସେ ପ୍ରକାଶ କରିଛନ୍ତି। ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଓ ଲଦାଖର ସମସ୍ତ ଅଞ୍ଚଳ ଭାରତର ବୋଲି ସରକାର ବେଜିଂକୁ କହିଆସୁଥିଲେ ହେଁ ଚୁାଇନା ଜାଣିଶୁଣି ସୀମାବିବାଦ ସୃଷ୍ଟି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି।

Share