ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ ଷ୍ଟଲ ପର୍ଯ୍ୟନ୍ତ ସବୁଠି ଆରବ ଭାଷାରେ ଲେଖା ଯାଇଥିବା ଶବ୍ଦ ଓ ମୁସଲମାନଙ୍କ ପ୍ରତୀକକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଇନାର ଏହି ପଦକ୍ଷେପ ପଛରେ ଥିବା ଉଦ୍ଦେଶ୍ୟ ହେଉଛି ଏଠାରେ ଥିବା ସବୁଲୋକ ଚାଇନା ସଂସ୍କୃତି ସହ ଯୋଡି ହୋଇଯାଆନ୍ତୁ। ସୂଚନାଯୋଗ୍ୟ, ୨୦୧୬ରୁ ଚାଇନାରେ ଆରବ ଭାଷା ଓ ମୁସଲମାନ ପ୍ରତୀକ ହଟାଇବାକୁ ଯୋଜନା କରାଯାଉଛି। ଏବେ ପାଖାପାଖି ୧୧ଟି ରେସ୍ତୋରାଁରେ ଥିବା ମୁସଲମାନଙ୍କ ପ୍ରତୀକକୁ ହଟାଯାଇଥିବା ସୂଚନା ମିଳିଛି।