ବେଜିଂ, ୧୫।୬: ଚାଇନାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ମହାମାରୀ ସଂକ୍ରମଣ। ଉହାନ କରୋନାର ଏନ୍ତୁଡ଼ିଶାଳ ଥିବାବେଳେ ଏବେ ରାଜଧାନୀ ବେଜିଂ କରୋନା ସଂକ୍ରମଣର ନୂଆ ଠିକଣା ପାଲଟିବାକୁ ଯାଉଛି। ଲଗାତରର ଦ୍ୱିତୀୟ ଦିନ ଏଠାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଦୃଷ୍ଟିଗୋଚର ହୋଇଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୯ ଜଣ ନ୍ରା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ବେଜିଂର ୩୬ ଜଣ ରହିଛନ୍ତି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବେଜିଂର ହେଡ଼ିୟାନର ୧୦ଟି ଅଞ୍ଚଳରେ ଲକ୍ଡାଉନ ଘୋଷଣା କରିଛନ୍ତି। ମେ ୩୦ ମଧ୍ୟରେ ଜିନଫାଦି ବଜାରକୁ ଆସିଥିବା ୨୯ ହଜାର ୩୮୬ ଲୋକଙ୍କର ନମୁନାର ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ ୧୨ ହଜାର ୯୭୩ ଲୋକଙ୍କର ରିପୋର୍ଟ କରୋନା ନେଗେଟିଭ୍ ଆସିଛି। ୧୧୨ ଲୋକଙ୍କଠାରେ କରୋନା ଲକ୍ଷଣ ଥିବାରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି।