Categories: ବାଣିଜ୍ୟ

ବେଜୋସ୍‌ଙ୍କ ସମ୍ପତ୍ତି ୨୦୦ ବିଲିୟନ ଡଲାର ଟପିଲା

ନୂଆଦିଲ୍ଲୀ,୨୮।୮: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବରେ ୨୦୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ବର୍ତ୍ତମାନ ସମୟରେ ସେ ବିଶ୍ୱର ୧ନମ୍ବର ଧନୀ ବ୍ୟକ୍ତି ଭାବରେ ଗଣାଯାଉଛନ୍ତି ବୋଲି ଫୋର୍ବସ ତାର ବିଲେନେୟାର ସୂଚୀରେ ପ୍ରକାଶ କରିଛି। ଗତ ବୁଧବାର ପ୍ରକାଶ ପାଇଥିବା ବିଲେନିୟର୍ସ ସୂଚୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ଜେଫ୍‌ଙ୍କର ମୋଟ ସମ୍ପତ୍ତି ପରିମାଣ ପ୍ରାୟ ୨୦୫ ବିଲିୟନ ଡଲାର। ସେହିପରି ଚଳିତ ବର୍ଷ ମଧ୍ୟରେ ତାଙ୍କର ପ୍ରାୟ ୮୨ ବିଲିୟନ ଡଲାର ସମ୍ପତ୍ତି ବୃଦ୍ଧି ଘଟିଛି। ଏ ନେଇ ଫୋର୍ବସ ପକ୍ଷରୁ ସୂଚନା ଦିଆଯାଇଛି ଯେ , ଜେଫ୍‌ ବେଜୋସଙ୍କର ନେଟ୍‌ ସମ୍ପତ୍ତି ତାଙ୍କ ତଳକୁ ଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଟାତା ବିଲ ଗେଟ୍‌ସଙ୍କ ଠାରୁ ପ୍ରାୟ ୯୦ ବିଲିୟନ ଡଲାର ଉର୍ଦ୍ଧ୍ୱ ହେବ ବୋଲି ଉଲ୍ଲେଖ କରାଯାଇଛି।

Share