ସାଧାରଣତଃ ଘରେ ବ୍ୟବହାର କରାଯାଉଥିବା ବେଡ୍ ସିଟ୍ ଓ ଟାଓ୍ବେଲ ଧୋଇବାକୁ ଅଧିକାଂଶ ଲୋକଙ୍କୁ କଷ୍ଟ ଲାଗିଥାଏ। କେବେ କେବେ ମାସ ମାସ ବିତି ଯାଇଥିଲେ ମଧ୍ୟ ଏସବୁ ଧୋଇବାକୁ ମନେ ପଡି ନ ଥାଏ। ହେଲେ ଚାଇନାର ଏକ କମ୍ପାନୀ ଏବେ ଏମିତି ଏକ ମାଇକ୍ରୋଚିପ୍ ବାହାର କରିଛନ୍ତି ଯାହାକୁ ବେଡସିଟ୍ ଓ ଟାଓ୍ବେଲରେ ଲଗାଇବା ପରେ ଜଣାପଡିବ ଏହା କେବେ ଧୁଆ ହୋଇଥିଲା। କୁତେଙ୍ଗ ଲଣ୍ଡ୍ରି ସହରରେ ଥିବା ହୋଟେଲ ଓ ହଷ୍ଟେଲରେ ସେବା ଯୋଗାଇ ଦେଉଥିବା ବେଳେ ଏବେ ଏହି ମାଇକ୍ରୋଚିପର ବ୍ୟବହାର କରୁଛି। ଏହାଦ୍ୱାରା ସହଜରେ ଜଣାପଡିଯାଉଛି ବେଡସିଟ୍ କେବେ ଶେଷ ଥର ଧୁଆ ହୋଇଥିଲା। ଏହାକୁ ତିଆରି କରିଥିବା କମ୍ପାନୀ କୁହେ ଏହି ଛୋଟ ମାଇକ୍ରୋଚିପକୁ ବେଡସିଟ୍ ଅବା ଟାଓ୍ବେଲର ଗୋଟିଏ କୋଣରେ ଲଗାଇ ଦେଇଥାଏ। ଏଥିରେ ଥିବା କ୍ୟୁଆର୍ କୋଡକୁ ମୋବାଇଲେ ସ୍କାନ କରିବା ପରେ ସମସ୍ତ ତଥ୍ୟ ମୋବାଇଲରେ ମିଳି ଯାଇଥାଏ। ତେଣୁ ଏବେ ଲୋକେ ଘରେ , ହଷ୍ଟେଲ ବା ହୋଟେଲରେ ବସି ଏହାର ଲାଭ ଉଠାଉଛନ୍ତି।