ବେଡ୍‌ ଟି’ ପିଇବା ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଅନେକଙ୍କ ଅଭ୍ୟାସ ବିନା ବେଡ୍‌ ଟି’ରେ ସକାଳୁ ବିଛଣାରୁ ତଳକୁ ଓହ୍ଲାଇବେ ନାହିଁ। କିନ୍ତୁ ଏହା ଯେ ସ୍ବାସ୍ଥ୍ୟ ପାଇଁ କେତେ ହାନିକାରକ ତାହା ସେମାନେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିବେ। ଏକ ଗବେଷଣାରୁ ଜଣାପଡ଼ିଛି, ସକାଳୁ ସକାଳୁ ଉଠି ଖାଲିପେଟରେ ଚା’ ପିଇବା ଦ୍ୱାରା ପେପ୍ଟିକ୍‌ ଅଲସର୍‌ ସାଙ୍ଗକୁ ପେଟରେ ସଂକ୍ରମଣ ଆଶଙ୍କା ବଢ଼ିଯାଏ। ଏମିତିକି ଦାନ୍ତର କ୍ୟାଭିଟିଜ୍‌ ନଷ୍ଟ ହେବାର ସମ୍ଭାବନା ରହିଥାଏ। ବ୍ୟାକ୍ଟେରିଆ ବଢ଼ିବା ସହ ଦାନ୍ତ ମାଢ଼ିରେ କ୍ୟାନସର୍‌ ହୋଇପାରେ। ଏହାବ୍ୟତୀତ ଶରୀର ଆଇରନ୍‌କୁ ସଂଗୃହୀତ କରି ରଖିପାରେ ନାହଁି। ଏଣୁ ଶରୀରରେ ଆଇରନ୍‌ ଅଭାବ ଅନୁଭୂତ ହୁଏ। ଏଥିପାଇଁ ଏନିମିଆ ଭଳି ସମସ୍ୟା ସୃଷ୍ଟି ହୁଏ। କେବଳ ସେତିକି ନୁହେଁ, ବେଡ୍‌ ଟି’ ପିଇବା ଦ୍ୱାରା ପେଟରେ ଅମ୍ଳଦୋଷ ବୃଦ୍ଧିପାଏ। ଏହାଦ୍ୱାରା ଏସିଡିଟି ସମସ୍ୟା ଅହରହ ଲାଗି ରହିଥାଏ ଏବଂ ପାଚନ ତନ୍ତ୍ରର କାର୍ଯ୍ୟପ୍ରଣାଳୀ ଠିକ୍‌ ଭାବେ ହୋଇପାରେ ନାହିଁ।

Share