ବେଡ୍‌ ଲାଇଟ୍‌ ବି ବଢ଼ାଏ ମହିଳାଙ୍କଠାରେ ମେଦବହୁଳତା…

କେତେକ ଶୋଇଲାବେଳେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି । ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। ତେବେ ବେଡ୍‌ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ମେଦବହୁଳତା ବଢିଥାଏ ବୋଲି ଲଣ୍ଡନର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ୟାନ୍‌ସର ରିସର୍ଚ୍ଚରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବଡି ମାସ୍‌ ଇଣ୍ଡେକ୍ସ, ଅଣ୍ଟା ଓ ନିତମ୍ବର ଅନୁପାତ, ଅଣ୍ଟା ଉଚ୍ଚତାର ଅନୁପାତ ଏବଂ ଅଣ୍ଟାର ପରିଧି ଏସବୁ ବେଡ୍‌ ଲାଇଟ୍‌ ପ୍ରଭାବରେ ବୃଦ୍ଧି ପାଇଥାଏ। ଗବେଷଣାରେ ୫ଟି ରାଷ୍ଟ୍ରର ଲୋକଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ବେଡ୍‌ ଲାଇଟ୍‌ ଜଳାଇ ଶୋଉଥିବା ଅନେକ ମହିଳା ସ୍ତନ କର୍କଟରେ ପୀଡିତ ହୋଇଥାନ୍ତି । ଶୋଇବା ସମୟରେ ଆଲୋକ ଶରୀରର ମେଟାବୋଲିଜିମ୍‌ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଫଳରେ ଖାଦ୍ୟ ଠିକ୍‌ ଭାବେ ହଜମ ନ ହୋଇ ମେଦବହୁଳତା ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଇଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।