ବେଢ଼ାମଜୁରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ

ପୁରୀ ଅଫିସ, ୧୨।୬: ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ରଥ ଖଳାରେ ୩ ରଥର ନିର୍ମାଣ କାମ ଜାରିରହିଛି। ରଥଯାତ୍ରାକୁ ଆଉ ମାତ୍ର ୨୨ ଦିନ ଥିବାବେଳେ ଧାର୍ଯ୍ୟ ସମୟ ପୂର୍ବରୁ ରଥ ନିର୍ମାଣ ଶେଷ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମହାରଣା ସେବକ। ତେଣୁ ଓଭରଟାଇମ୍‌ କାମ କରିବା ଲାଗି ମହାରଣା ସେବକମାନେ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବେଢ଼ା ମଜୁରୀ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ମାରକପତ୍ର ଦେଇ ଜଣାଇଛନ୍ତି। ଓଭରଟାଇମ୍‌ କାମ ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ରଥ ନିର୍ମାଣ ଶେଷ ହେବ ବୋଲି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ମହାରଣା ସେବକ ଦୈନିକ ୪୮୪ ଟଙ୍କା ପାଉଥିବା ବେଳେ ଭୋଇ ସେବକ ୪୪୮ ଟଙ୍କା ମଜୁରୀ ପାଉଛନ୍ତି।

Share