ବେଣୁବାବା ମଠ ମହନ୍ତଙ୍କ ଦେହାନ୍ତ

ବରଗଡ଼ ଅଫିସ୍‌,୨୫।୪
ବରଗଡ଼ ଜୀରନଦୀ କୂଳ ଅମ୍ବାପାଲିରେ ରହିଥିବା ବେଣୁବାବା ମଠର ମହନ୍ତ ହରିଚରଣ ଦାସଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା । ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସ୍ବର୍ଗତ ଦାସ ବେଣୁବାବାଙ୍କ ଉତ୍ତରାଧିକାରୀ ଥିଲେ ଏବଂ ପଶ୍ଚିମ ଓଡ଼ଶା ସମେତ ସବୁଆଡ଼େ ବେଶ୍‌ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Share