ବେତନଟୀ ଥାନା ଏସ୍‌ଆଇ ନିଲମ୍ବିତ

ବେତନଟୀ,୬ା୨ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ସବ୍‌ ଇନ୍ସପେକ୍ଟର(ଏସଆଇ) ସଚ୍ଚିଦାନନ୍ଦ କିଷାନଙ୍କୁ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ମଙ୍ଗଳବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ସମ୍ପର୍କିତ ଏସପିଙ୍କ ଅର୍ଡର (ନଂ.୨୪୪/୫ା୨ା୨୦୨୦) କପି ବେତନଟୀ ଥାନା ଆଇଆଇସି ଅଶୋକ ନାୟକ ଏବଂ ଏସଡିପିଓ ଲଳିତ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ମଙ୍ଗଳବାର ରାତିରେ ଏସ୍‌ଆଇ କିଷାନ ବେତନଟୀ ଥାନା ଛକରେ ନିଶାଶକ୍ତ ଅବସ୍ଥାରେ ଅଚେତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବେତନଟୀ ଥାନାରେ ଛାଡ଼ିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ସ୍ଥାନୀୟ ଲୋକେ ଏନେଇ ମୟୂରଭଞ୍ଜ ଏସ୍‌ପିଙ୍କୁ ଅବଗତ କରାଇଥିଲେ। ଏସ୍‌ପି ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି। ଏନେଇ ଥାନା ଆଇଆଇସି ଅଶୋକ ନାୟକଙ୍କୁ ପଚାରିବାରୁ ନିଲମ୍ବିତ ଏସଆଇଙ୍କୁ ସେ ବାରମ୍ବାର ତାଗିଦ କରିଥିଲେ ମଧ୍ୟ ସେ ସୁଧୁରି ନ ଥିଲେ ବୋଲି କହିଛନ୍ତି।