ବେତନଟୀ ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଦୋଷୀ ଯୁବକଙ୍କୁ ଫାଶୀ

ବାରିପଦା ଅଫିସ,୨୮ା୮- ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ମୟୂରଭଞ୍ଜ ଅତିରିକ୍ତ ଜିଲା ଦୌରାଜଜ ବୁଧବାର ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଦୋଷୀ ଯୁବକ ଜଣକ ହେଲେ ଜାମିନୀକାନ୍ତ ମହାନ୍ତ । ୨୦୧୮ ରେ ବେତନଟୀ ଥାନା ଅଞ୍ଚଳରେ ଏହି ବଳାତ୍କାର ଓ ହତ୍ୟା ଘଟଣା ଘଟିଥିଲା। ଜଣେ ନାବାଳିକାଙ୍କୁ ରଜଦୋଳି ବୁଲାଇ ନେଇ ଜାମିନୀକାନ୍ତ ଏକ ନିଛାଟିଆ ସ୍ଥାନରେ ପ୍ରଥମେ ବଳାତ୍କାର ଓ ପରେ ଘଟଣା ପ୍ରଘଟ ହେବା ଆଶଙ୍କାରେ ସମ୍ପୃକ୍ତ ନାବାଳିକାଙ୍କୁ ହତ୍ୟା କରି ରାସ୍ତାକଡରେ ଫିଙ୍ଗି ଦେଇ ପଳାଇ ଯାଇଥିଲେ। ନାବାଳିକାଙ୍କ ପରିବାରଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଜାମିନୀକାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।