Categories: ବାଣିଜ୍ୟ

ବେତନ କାଟ କରିବନି ଇଣ୍ଡିଆ ଇଙ୍କ

ମୁମ୍ବାଇ,୨୨-୩: କରୋନା ପ୍ରଭାବରେ ଏବେ ଭାରତୀୟ କମ୍ପାନୀଗୁଡିକ ଅନେକ କ୍ଷତି ସହୁଛନ୍ତି। ଏଭଳି ସ୍ଥିତିରେ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଛଟେଇ କିମ୍ବା ବେତନ ହ୍ରାସ କରିବେନି। ଏନେଇ କିଛି ପ୍ରମୁଖ ବାଣିଜି୍ୟକ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଭଳି ସ୍ଥିତି ଉପୁଜିଥିବା ବେଳେ ଅନେକ ଲୋକଙ୍କ ନିଯୁକ୍ତି ଉପରେ ନକରାତ୍ମକ ପ୍ରଭାବ ପଡିବ ବୋଲି ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ଆସିଛି। ବଜାଜ, ଆଦିତ୍ୟ ବିର୍ଲା ଗ୍ରୁପ, ବେଦାନ୍ତ ଗ୍ରୁପ ସେମାନଙ୍କ କର୍ମଚାରୀ ଛଟେଇ କିମ୍ବା ନିଯୁକ୍ତ ହ୍ରାସ ନ କରିବାକୁ କହିଛନ୍ତି। ସେହିଭଳି ଅସ୍ଥାୟୀ କର୍ମଚାରୀଙ୍କୁ ପୁର୍ଣ୍ଣ ବେତନ ଦିଆଯିବ ବୋଲି ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେକରନ କହିଛନ୍ତି।

Share