Advertisement

ବେଧଡ଼କ ଚାଲିଛେ ବାଲି ଚୁରାଚାଲାନ

ଦେଓଗାଁ, ୪।୧(ଡି.ଏନ୍‌.ଏ.)-
ଦେଓଗଁ। ତହସିଲ ଜରାସିଂହା ଆର୍‌ଆଇ ଅଧୀନ ଚନ୍ଦ୍ରପୁର ପାସର ସୋନଗଡ଼ ନଦୀରୁ ବେଆଇନ ଭାବେ ଫିଦିନ ଶହ ଶହ ଟ୍ରାକ୍ଟର ବାଲି ଚୁରାଚାଲାନ ହେଉଥିବାର ଦେଖ୍‌ବାକେ ମିଲୁଛେ। ତହସିଲ ଅଫିସ୍‌ରୁ ଅଧ୍‌ କି.ମି. ଦୂରେ ରହିଛେ ଚନ୍ଦ୍ରପୁର ରେଲଓ୍ବେ ବ୍ରିଜ। ଇ ବ୍ରଜି ତଲୁ ବେଆଇନ ବାଲି ଚୁରାଚାଲାନ ହେଉଥିଲାବେଲେ ଥାନୀଅ ତହସିଲଦାର ନାଇଜାନ୍‌ଲା ଲେଖେଁ ଅଭିନଏ କରୁଥିବାର ସାଧାନରେ ଚର୍‌ଚା ହେଉଛେ। ଥାନୀଅ ଗଁାବାସୀ କହିବାର ହିସାବେ ଇ ବାବ୍‌ଦେ ଅନେକଥର ତହସିଲଦାରକୁଁ ଅଭିଯୋଗ କରିଛନ୍‌। ହେଲେ ଜରାସିଂହା ଆର୍‌ଆଇକୁଁ କହି ବାଲି ଚୁରାଚାଲାନ କେନ୍‌ଥେଇ ବଁଦ୍‌ ହେବା ସେ ଦିଗେ ପଦକ୍ଷେପ ନିଆଯିବା ବଲି କହି ଦିନ୍‌ ଗଡ଼େଇ ଚାଲିଛନ୍‌। ଏହେଦେ ଅଂଚଲରେ ନୂଅଁା ରେଲ୍‌ ଲାଇନ୍‌ ତିଆରି ଲାଗି ବାଲି ଦରକାର ଥିଲାବେଲେ ଇଠାନୁ ଫିଦିନ ଶହ ଶହ ଟ୍ରିପ୍‌ ବାଲି ଚୁରାଚାଲନ ହେଉଛେ। ଏନ୍‌ତାଥି ରାଏଜ୍‌ ସରକାର ବଡ଼ଭାରି ରାଜସ୍ବ ହରଉଛନ୍‌। ଇଆଡ଼େ ଦେଓଗଁା ବ୍ଲକର ଭିନେ ଭିନେ ବିକାଶ ମୂଲକ କାମ୍‌, ଆବାସ ଘର ତିଆରି ଲାଗି ଲୋକ୍‌ ଜିଲ୍‌ ଆଉଟ ନାଇଁ ହେଇଥିବାର ଇ ଜାଗାରୁ ବେଧଡ଼କ ବାଲି ଚୁରାଚାଲାନ କରୁଛନ୍‌। ଇ ବାବ୍‌ଦେ ଦେଓଗଁା ତହସିଲଦାର ସୋନାଲି ପାତ୍ରକୁଁ ପଚ୍‌ରାଲାରୁ ମୁଇଁ ଇ ବାବ୍‌ଦେ ଅଭିଯୋଗ ପାଇଛେଁ। ହେଲେ କାମ୍‌କାଯ୍‌ ଭିଡ଼ ଲାଗି ଚୁରାଚାଲାନ ଦିଗେ ପଦକ୍ଷେପ ନାଇଁ ନେଇପାରବାର। ହେଲେ ଇ ଦିଗେ ବହୁତ୍‌ ଜଲ୍‌ଦି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share