Categories: ଜାତୀୟ

ବେଧଡ଼କ ଦେହବେପାର: ଚେର ଲମ୍ବିଛି ବାଂଲାଦେଶରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୮: ଦେଶର କେତେକ ଅଞ୍ଚଳରେ ବେଧଡ଼କ ଦେହ ବେପାର ଜାରି ରହିଛି। ଏଥିରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ କହିଛି। ବାଂଲାଦେଶରୁ ଏହାର ଚେର ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ବାଂଲାଦେଶରୁ ତରୁଣୀମାନଙ୍କୁ ଅଣାଯାଇ ବିହାର, ଗୁଡଗାଓ୍ବଁ ତଥା ଦିଲ୍ଲୀର ବିଭିନ୍ନ ନାଇଟ୍‌ କ୍ଲବ୍‌, ହୁକ୍କାବାର, ଡ୍ୟାନ୍ସ୍‌ କ୍ଲବ୍‌ରେ ଗରାଖଙ୍କୁ ଯୋଗାଇ ଦିଆଯାଉଛି। ତେବେ ଏସବୁ ସ୍ଥାନକୁ ଆସୁଥିବା ବିଦେଶୀ ଛାତ୍ରଙ୍କୁ ର଼୍ୟାକେଟ୍‌ ସଦସ୍ୟ ଟାର୍ଗେଟ୍‌ କରିଥାନ୍ତି। ଅଧିକାଂଶ ନାଇଜେରିଆ ଯୁବବର୍ଗଙ୍କ ଦ୍ୱାରା ଏଭଳି ର଼୍ୟାକେଟ କାରବାର କରୁଥିବା କୁହାଯାଉଛି। ଦେହବେପାରରେ ନିୟୋଜିତ ତରୁଣୀମାନଙ୍କ ପାଖରେ ଆଇନଗତ ଭିଜା କିମ୍ବା ପାସପୋର୍ଟ ନ ଥିବା ପୋଲିସ କହିଛି। କ୍ଲବ୍‌, ହୁକ୍କାବାର, ଡ୍ୟାନ୍ସ୍‌ କ୍ଲବ୍‌କୁ ନାଇଜେରିଆ ଯୁବବର୍ଗ ପସନ୍ଦ କରିଥାନ୍ତି। ଫଳରେ ସେମାନଙ୍କ ଜରିଆରେ ବାଂଲାଦେଶୀ ଦେହବେପାର ର଼୍ୟାକେଟ୍‌ ସହଜରେ କାମ କରିଥାଏ। ଗୁଡ଼ଗାଓ୍ବଁ ଏବଂ ଦିଲ୍ଲୀରେ ଏଥିପାଇଁ ଭଡ଼ାରେ ହୋଟେଲ ବୁକିଂ କରାଯାଇଥାଏ। କିଛି ଦିନ ତଳେ ପୋଲିସ ଭାଗଲପୁରରୁ ଗିରଫ କରିଥିବା ଶାହାଦତ ହୁସେନ୍‌ ଓରଫ୍‌ ପାୟଲଙ୍କୁ ପଚରା ଉଚରା କରି ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାଶ୍‌ କରିଛି।

Share