ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ ମେଣ୍ଟାଇଥାନ୍ତି। ଚଳିତବର୍ଷ କରୋନା ଯୋଗୁ କେନ୍ଦୁପତ୍ର ସଂଗ୍ରହ ଓ ବ୍ୟବସାୟ ଉପରେ ଆଶଙ୍କା ଥିଲା। ସରକାର କେନ୍ଦୁପତ୍ର ସଂଗ୍ରହ ପାଇଁ ନିୟମରେ କୋହଳ କଲା ପରେ ବନ ବିଭାଗ ପତ୍ରତୋଳା ଆରମ୍ଭ କରିଥିଲା। ମାତ୍ର ରାଜ୍ୟ ବାହାରର କେତେଜଣ ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ମିଶି କେନ୍ଦୁପତ୍ର ସଂଗ୍ରହ କରି ବସ୍ତାରେ ଲୋଡ୍‌ କରି ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ ବନ ବିଭାଗ ହେଉ କିମ୍ବା ସ୍ବୀକୃତିପ୍ରାପ୍ତ ବେସରକାରୀ ସଂସ୍ଥା ପତ୍ର ଖର୍ଦ୍ଦି କଲେ ସେହି ଫଡ଼ିରୁ ପରିବହନ ସମୟରେ ଚାଲାଣ ରସିଦ୍‌ କାଟିବେ। ଗାଡ଼ିରେ କେତେ ବସ୍ତା କେଉଁ ଫଡ଼ିରୁ ଲୋଡ୍‌ କରାଗଲା, କେଉଁ ଗୋଦାମକୁ ଯିବ ଗାଡ଼ି ନମ୍ବର, ଡ୍ରାଇଭରଙ୍କ ନାମ ଆଦି ଉଲ୍ଲେଖ କରାଯିବା କଥା। ମାତ୍ର ଏହା ହେଉନାହିଁ। ସୋମବାର କେତେକ ଗାଡି ପତ୍ର ଲୋଡ୍‌କରି ଯାଉଥିବା ବେଳେ ସେମାନଙ୍କୁ ଯାଞ୍ଚ ସମୟରେ ଅବ୍ୟବସ୍ଥା ଧରାପଡ଼ିଥିଲା। ଗୋଟିଏ ଗାଡ଼ିିରେ ଏକ ବେସରକାରୀ ସଂସ୍ଥାର କେନ୍ଦୁପତ୍ର ବ୍ୟାଗ୍‌ ପରିବହନ ରସିଦ୍‌ ଥିବା ବେଳେ ଅନ୍ୟ ଏକ ୪୦୭ ଗାଡ଼ିରେ ହାତଲେଖା ଚିରକୁଟ ଡ୍ରାଇଭର ଦେଖାଇଥିଲେ। ଏହା ସମ୍ପୂର୍ଣ୍ଣ ବେନିୟମ। ଡ୍ରାଇଭରଙ୍କୁ ଏନେଇ ପଚାରିବାରୁ ସେ ଠିକ୍‌ ଉତ୍ତର ଦେଇପାରି ନ ଥିଲେ। ଫଳରେ ଏହା ଚୋରା କାରବାର ବୋଲି ସନ୍ଦେହ ଉପୁଜିଛି। ଜିଲାରେ ଏପରି ବହୁସଂଖ୍ୟକ ଟ୍ରାକ୍ଟର , ୪୦୭ ଓ ଟ୍ରକ୍‌ରେ ବିନା ଫଡ଼ି ଚାଲାଣରେ କେନ୍ଦୁପତ୍ର ଚାଲାଣ ହେଉଛି। ବନ ବିଭାଗ, ଜିଲା ପ୍ରଶାସନ ଓ ପୋଲିସ ବିଭାଗ ଆଖିବୁଜି ଦେଇଛି। ତୁରନ୍ତ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ କ୍ଷମା ମାଗିଲେ ମନୋଜ ମିଶ୍ର, କହିଲେ…

ଭୁବନେଶ୍ୱର,୧୮।୧୧: ପ୍ରାୟ ସବୁବେଳେ ବିବାଦକୁ ଆସୁଥିବା ମନୋଜ ମିଶ୍ର ଶେଷରେ ମୁହଁ ଖୋଲି କ୍ଷମା ମାଗିଛନ୍ତି। ବ୍ୟାସ କବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ...

ସୈନିକ ସ୍କୁଲ ଡମ୍ପିଂୟାର୍ଡରୁ ପୁଣି ଦୁର୍ଗନ୍ଧ

ଭୁବନେଶ୍ୱର,୧୮ା୧୧(ଅନିଲ ଦାସ): ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଛି। ସରକାର ବଦଳିଛି ହେଲେ ସହରର ବର୍ଜ୍ୟ...

ଲୋପ ପାଉଛି ପାରମ୍ପରିକ ଚାଷ, କଳାହାଣ୍ଡି ଜିଲା ହରାଉଛି ଜୈବ ବିବିଧତା

ଭବାନୀପାଟଣା,୧୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ପାରମ୍ପରିକ ଚାଷ ଓ ବିହନ କିସମ ଲୋପ ପାଇବାରେ ଲାଗିଥିବା ବେଳେ...

୨୫ ବର୍ଷ ପରେ ଖୋଲିଲା ପାଠାଗାର

ଦିଗପହଣ୍ଡି,୧୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମରେ ୧୯୪୬ରେ ସ୍ଥାପିତ ରାଧାନାଥ ପାଠାଗାର ପରିଚାଳନାଗତ ଅବ୍ୟବସ୍ଥାରୁ ବହୁବର୍ଷ ଧରି ବନ୍ଦ ରହିଥିଲା।...

ମେଗାଲିଫ୍ଟରୁ ଜଳସେଚନ ନ ହେଲେ ଆନ୍ଦୋଳନ

କୋକସରା,୧୮।୧୧: (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ...

ଭିଜିଲାନ୍ସ ଜାଲରେ ଫସିଲେ ଡେପୁଟି ଜେନେରାଲ ମ୍ୟାନେଜର୍‌

ଭୁବନେଶ୍ୱର,୧୮।୧୧: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ ହାଉସିଂ ୱେଲଫର୍‌ କର୍ପୋରେଶନ(OPHWC) ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର୍‌ ସୁବାଷ ଚନ୍ଦ୍ର ପଣ୍ଡା। ସୋମବାର ସୁବାଷଙ୍କ ଭୁବନେଶ୍ୱର...

ସେମ୍ବକର୍ପର ସବୁଜ ଆମୋନିଆ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରି ରବିବାର ବିଭିନ୍ନ କମ୍ପାନୀର ଶୀର୍ଷ...

ପାଇପ୍‌ ଫାଟି ଡ୍ରେନରେ ମିଶୁଛି ପାନୀୟ ଜଳ

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସଦର ମହକୁମା କୋକସରା ଗ୍ରାମ ପଞ୍ଚାୟତ କୋକସରାରେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ଅନେକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri