ବେପରୁଆ ଚାଳନା: କାର ଧକ୍କାରେ ୪ଗୁରୁତର

ପୁରୁଣାକଟକ, ୧୫।୫(ଡି.ଏନ.ଏ.)- ବୌଦ୍ଧ ଜିଲା ୫୭ନଂ. ଜାତୀୟ ରାଜପଥର ପୁରୁଣାକଟକ ହାଇସ୍କୁଲ ନିକଟରେ ମଙ୍ଗଳବାର ରାତିରେ  ଏକ କାର ଧକ୍କାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୁଣାକଟକ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି। ସେମାନେ ଓଡ଼ଗଁାର ରଶ୍ମିତା ବିଶୋଇ, ଗୋଧିପଡ଼ାର ସୁମନ୍ତ ସାମଲ, ହେମନ୍ତ ଓ ଉଦୟପୁରର ସତ୍ୟସୁନ୍ଦର ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ରଶ୍ମିତା ଏକ ଘରୋଇ ବସ୍‌ରୁ ଓହ୍ଲାଇ ଖାଇବାକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେବା ପରେ ଏକ ବାଇକ୍‌କୁ ମଧ୍ୟ ଧକ୍କା ଦେଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ରାସ୍ତାପାର୍ଶ୍ୱକୁ ଛିଡି ପଡି ଆହତ ହୋଇଥିଲେ। ଦୁର୍ଘଟଣାରେ ବାଇକଟି ଚୁରମାର ହୋଇଯାଇଛି। ଦୁର୍ଘଟଣା ପରେ କାର ଛାଡି ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଉକ୍ତ କାର୍‌ରୁ ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିବା ଜଣାପଡ଼ିଛି। ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀଠାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଗାୟିକାଙ୍କ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ, ଜଣେ ଗାୟକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ଭବାନୀପାଟଣା,୧୯ା୯(ଉତ୍ତମ କୁମାର ଦାଶ): ଭବାନୀପାଟଣାର ସୁପରିଚିତ ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।...

ଜିଏସ୍‌ଟି ପଇଠରେ ଅନିୟମିତତା: ହୋଲସେଲ୍‌ ଲୁଗା ଗୋଦାମରେ ବଡ଼ ଧରଣର ଚଢାଉ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର କମଲିବଜାରରେ ଥିବା ପାଇକାରୀ(ହୋଲସେଲ) ଲୁଗା ଗୋଦାମରେ ଶୁକ୍ରବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଉକ୍ତ ଲୁଗା ହୋଲସେଲର ପକ୍ଷରୁ ଜିଏସ୍‌ଟି ପଇଠ ଓ...

ସାଙ୍ଗର ଠେଙ୍ଗା ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୯(ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କିଟିକ୍ରା ଗ୍ରାମରେ ସାଙ୍ଗର ଠେଙ୍ଗା ମାଡ଼ରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ...

ଯାତ୍ରାରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗ: ମଞ୍ଚରେ ଦର୍ଶକଙ୍କ ଭଙ୍ଗାରୁଜା, କଳାକାରଙ୍କୁ ଆକ୍ରମଣ

ସମ୍ବଲପୁର, ୧୧।୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦରଥାନା ଅନ୍ତର୍ଗତ ନକ୍ସାପାଲି ଠାରେ ଚାଲିଥିବା ଯାତ୍ରା ମଞ୍ଚକୁ ଚଢ଼ି ଦର୍ଶକଙ୍କ ଭଙ୍ଗାରୁଜା ସହ କଳାକାରଙ୍କୁ ଆକ୍ରମଣ କରାଯାଇଥିବା...

ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ, କହିଲେ ମଉଜ ପାଇ ନବୀନ-ପାଣ୍ଡିଆନ…

ସମ୍ବଲପୁର,୮।୯: ସମ୍ବଲପୁରରେ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ...

୨ବାଇକ ମୁହାଁ ମୁହିଁ ଧକ୍କା, ଚାଲିଗଲା ଜୀବନ

ରେଢାଖୋଲ ,୮।୯(ଅଚ୍ୟୁତାନନ୍ଦ ପୁରୋହିତ): ଚାରମାଳ ଥାନା ଅଧିନ ୫୫ନଂ ଜାତୀୟ ରାଜପଥର ଆମ୍ବଦର ଓଭରବ୍ରିଜ ଉପରେ ରବିବାର ଦିନ ୧୨ଟା ବେଳେ ୨ଟି ବାଇକ ମୁହାଁ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri