Categories: ବାଣିଜ୍ୟ

ବେପରୁଆ ଟୁଇଟରୁ ଉଡିଗଲା ଲକ୍ଷେ କୋଟି

ନୂଆଦିଲ୍ଲୀ,୩। ୫: ପ୍ରମୁଖ ଇ-ଯାନ କମ୍ପାନୀ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ (ସିଇଓ) ଏଲନ ମସ୍କଙ୍କ ବେପରୁଆ ଟୁଇଟ ପୁଣି ଥରେ କମ୍ପାନୀ ଲାଗି କ୍ଷତିକାରକ ହୋଇଛି। ଏହି କାରଣ ପାଇଁ ଶନିବାର ଟେସ୍‌ଲାର ବଜାର ପୁଞ୍ଜିକରଣରୁୁ ୧୪ ବିଲିୟନ ଡଲାର ବା ପ୍ରାୟ ଲକ୍ଷେ କୋଟି ଟଙ୍କା ଉଡିଯାଇଛି। ମସ୍କ ତାଙ୍କର ପୂର୍ବ ଟୁଇଟ ପାଇଁ ବିବାଦ ଘେରକୁ ଚାଲି ଆସିଥିଲେ। କମ୍ପାନୀର ଶେୟାର ପ୍ରାଇସ ଅଧିକ ରହିଥିବା ସେ ଶନିବାର ଟୁଇଟ କରିଥିଲେ। ଏହା ପରେ କମ୍ପାନୀର ଶେୟାର ମୂଲ୍ୟରେ ଲଗାତାର ହ୍ରାସ ହେବା ଦେଖାଯାଇଥିଲା। ରିପୋର୍ଟ ମୁତାବକ ଶେୟାର ବଜାର କାରବାର ଆରମ୍ଭ ହେବାର ମାତ୍ର ଅଧଘଣ୍ଟା ମଧ୍ୟରେ ଟେସଲା ଶେୟାର ପ୍ରାୟ ୧୨% ଖସିଯାଇଥିଲା। ପରେ ଏଥିରେ ସୁଧାର ଆସିବା ଯୋଗୁ ଏହା ପୂର୍ବ ତୁଳନାରେ ୭.୧୭% ନିମ୍ନରେ ରହିଛି। ୨୦୧୮ରେ ତାଙ୍କର ଅନ୍ୟ ଏକ ବିବାଦୀୟ ଟୁଇଟ ସାମ୍ନାକୁ ଆସିଥିଲା। ଟେସ୍‌ଲା ଏକ ଘରୋଇ କମ୍ପାନୀ ହେବାକୁ ଯାଉଛି ବୋଲି ସେ ଟୁଇଟ କରିଥିଲେ। ଏଥିଯୋଗୁ କମ୍ପାନୀର ଭାଲ୍ୟୁଏଶନ ୧୪୧ ବିଲିୟନ ଡଲାରରୁ ୧୩୩ ବିଲିୟନ ଡଲାରକୁ ଖସି ଆସିଥିଲା। ଏହି ଘଟଣା ପରେ ତାଙ୍କୁ କମ୍ପାନୀର ଅଧ୍ୟକ୍ଷ ପଦରୁ ହଟାଯାଇଥିଲା।

Share