ବେଲଜିୟମ୍‌ ରାଜକୁମାର କରୋନା ପଜିଟିଭ୍‌

ବ୍ରସେଲ୍ସ୍‌,୩୧।୫: ବେଲଜିୟମ୍‌ର ରାଜକୁମାର ଜୋଆକିମ୍‌ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ମେ ୨୬ରେ ଇଟର୍ନଶିପ୍‌ ପାଇଁ ଫ୍ରାନ୍ସ୍‌ ଯାତ୍ରା କରିଥିଲେ। ଏହାର ଦୁଇଦିନ ପରେ ସେ କୋରଡବା ସହରରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ପରେ ଜୋଆକିମ୍‌ଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଯୋଗଦେଇଥିବା ପାର୍ଟିରେ ତାଙ୍କୁ ମିଶାଇ ୨୭ ଜଣ ସାମିଲ୍‌ ଥିଲେ। ଲକ୍‌ଡାଉନ୍‌ ସମୟରେ ପାର୍ଟିରେ ୧୫ ଜଣ ଯୋଗ ଦେବାର ଅନୁମତି ଥିବାବେଳେ ଏହାର ଉଲ୍ଲଂଘନ କରାଯାଇଥିବା କୁହାଯାଉଛି। ସ୍ପେନ୍‌ର ପୋଲିସ ଅନୁସାରେ ଲକ୍‌ଡାଉନ୍‌ କଟକଣାର ଉଲ୍ଲଂଘନ ପାଇଁ ପାର୍ଟି ଆୟୋଜକଙ୍କ ଉପରେ ୧୦ ହଜାର ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା କରାଯାଇପାରିବ।

Share