ବେଲପାହାଡ଼ ଆକ୍ସିସ୍‌ ବ୍ୟାଙ୍କରେ ସଶସ୍ତ୍ର ଡକାୟତି: ବନ୍ଧୁକ ଦେଖାଇ ଲୁଟିନେଲେ ୧୪ ଲକ୍ଷ

ବେଲପାହାଡ଼,୪।୯(ଡ଼ି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳ ଗୁମାଡ଼େରାସ୍ଥିତ ଆକ୍ସିସ୍‌ ବ୍ୟାଙ୍କ ଶାଖାରେ ବୁଧବାର ମଧ୍ୟାହ୍ନରେ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଲୁଟେରା ବନ୍ଧୁକ ଦେଖାଇ ବ୍ୟାଙ୍କ କ୍ୟାଶ କାଉଣ୍ଟରରୁ ୧୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପରେ ଲୁଟେରାମାନେ ଏକ ନମ୍ବର ବିହୀନ ଧଳାରଙ୍ଗର ସ୍କର୍ପିଓ ଗାଡ଼ିରେ ଫେରାର ହୋଇଯାଇଛନ୍ତି। ଲୁଟେରାମାନଙ୍କ ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ ହୋଇଥିବା ସୂଚନା ମିଳିଛି।