ବେଲପାହାଡ଼ ଏକ୍ସସିସ୍‌ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣା: ୧୦ ଦିନ ପରେ ଘଟଣାର ପର୍ଦ୍ଦାଫାସ, ବିହାରରୁ ଜଣେ ଗିରଫ, ବନ୍ଧୁକ ଜବତ

ଝାରସୁଗୁଡା ଅଫିସ/ଲଖନପୁର, ୧୪।୧୯(ଡି .ଏନ୍‌ .ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଏକ୍ସସିସ ବ୍ୟାଙ୍କରୁ ଗତ ୪ ତାରିଖରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏହି ଘଟଣାରେ ପୋଲିସ ବେଲପାହାଡ଼ ଥାନାରେ କେସ୍‌ ନଂ.୧୪୫/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ସିସିଟିଭି କ୍ୟାମେରା ଫୁଟେଜକୁ ଆଧାରକରି ପୋଲିସ ବିହାର ମୁଜାଫର୍‌ପୁରରେ ପହଞ୍ଚି ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତ ନିରଜ ଠାକୁର(୩୮)ଙ୍କୁ ଗତ ଗୁରୁବାର ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କଲାପରେ ସେଠାରୁ ଝାରସୁଗୁଡା ନେଇଆସିଛି । ତାଙ୍କ ନିକଟରୁ ଏକ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ନିରଜଙ୍କୁ ଜେରା କଲାପରେ ଘଟଣାର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ସମସ୍ତ ତଥ୍ୟ ପାଇପାରିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି ଅଶି୍ବନୀ ମହାନ୍ତି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ମହାକାଳ ଫାଉଣ୍ଡେସନର ନିଆରା କାର୍ଯ୍ୟକ୍ରମ

ଯାଜପୁର,୧୬/୧୨ ନିଜର ସେବା କାର୍ଯ୍ୟକୁ ନେଇ ଓଡ଼ିଶାରେ ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନର ନିଆରା କାର୍ଯ୍ୟକ୍ରମ। ସଦସ୍ୟଙ୍କ ବଡ଼ ଭଉଣୀଙ୍କ ଏକାଦଶାହ କ୍ରିୟା...

ମାଲବାହୀ ଟ୍ରେନ୍ ଧକ୍କାରେ ୨ ମୃତ, ୨ ଗୁରୁତର

ରାଉରକେଲା,୧୭ା୧୨: ମାଲବାହୀ ଟ୍ରେନ୍ ଧକ୍କାରେ ୨ ମୃତ ୨ ଗୁରୁତର। ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଛି ରାଉରକେଲାର କଲୁଙ୍ଗା ରେଲୱେ ଫାଟକ ନିକଟରେ। ରେଲୱେ...

କ୍ରୀଡା ହିଁ ଶାରୀରିକ ଦକ୍ଷତାର ମୂଳମନ୍ତ୍ର, ଲଡୁଗାଁ କଲେଜର ବାର୍ଷିକ କ୍ରୀଡା ଉଦଯାପିତ

କୋକସରା,୧୭।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ କୋକସରା ବ୍ଲକ ଲଡୁଗାଁ ସ୍ଥିତ ହାୟର ସେକେଣ୍ଡରି ସ୍କୁଲର ୩୦ ତମ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଦିନ...

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ, ସାନ୍ତାଳୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି

କେନ୍ଦୁଝର,୧୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ତିନି ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଧ୍ୟାହ୍ନରେ ରାଇସୁଆଁ ଏୟାର ଷ୍ଟ୍ରିପରେ ଫହଞ୍ଚି...

କଳାହାଣ୍ଡି ଜିଲାରେ ମୃଦୁ ଭୂକମ୍ପ

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ୭ଟା ୩ ମିନିଟ୍ ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଜିଲାର...

ଲଟେରି ମାଧ୍ୟମରେ ଫଳ ବ୍ୟବସାୟୀଙ୍କୁ ପିଣ୍ଡି ଆବଣ୍ଟନ

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ମୁଖ୍ୟରାସ୍ତା କଡରେ ବ୍ୟବସାୟୀମାନେ ଦୀର୍ଘଦିନରୁ ଫଳ ବ୍ୟବସାୟ କରିଆସୁଥିଲେ। ଏଥିଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଟ୍ରାଫିକ...

ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ: ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଭାଙ୍ଗିଲା ଛାତ୍ରଙ୍କ ହାତ

ବାଲିଗୁଡ଼ା:୧୭।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ବେଳେ ଅଘଟଣ । ଉଚ୍ଚ ଡିଆଁ ଖେଳ ବେଳେ ତଳେ ପଡ଼ି ଛାତ୍ରଙ୍କ ବାମ ହାତ ଭାଙ୍ଗିଯାଇଥିବା...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଓଡିଶା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିୟନ

ଛତ୍ରପୁର,୧୭।୧୨(ଦିଲ୍ଲୀପ ସାମଲ): କଇଁଚ୍ଛ ସଂରକ୍ଷଣ ଅଞ୍ଚଳରେ ମାଛ ଧରିବାକୁ ଯିବା ସମୟରେ ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବାଧା ସୃଷ୍ଟି ନ କରିବା ଲାଗି ମଙ୍ଗଳବାର ଓଡିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri