Categories: ଖେଳ

ବେଲି ହେବେ ଅଷ୍ଟ୍ରେଲିଆ ଦଳର ଚୟନକର୍ତ୍ତା

ବେଲବୋର୍ନ,୨୫।୧୧(ପି.ଟି.)- ପୂର୍ବତନ ସୀମିତ ଓଭର କ୍ରିକେଟର ଅଧିନାୟକ ଜର୍ଜ ବେଲି ଅଷ୍ଟ୍ରେଲିଆର ନୂଆ ଜାତୀୟ ଚୟନକର୍ତ୍ତା ହେବାକୁ ଯାଉଛନ୍ତି। ତାଙ୍କ ସହ ଚୟନ କମିଟିରେ କୋଚ୍‌ ଜଷ୍ଟିନ ଲାଙ୍ଗର ଓ ସିଏ ଅଧ୍ୟକ୍ଷ ଟ୍ରେଭର ହୋନ୍ସ ରହିବେ। ୩୭ ବର୍ଷୀୟ ବେଲି ଏବେ ମଧ୍ୟ କ୍ରିକେଟର ଭାବେ ସକ୍ରିୟ ଅଛନ୍ତି। ସେ ବିଗ୍‌ ବାଶ ଲିଗ୍‌ ଦଳର ହାବର୍ଟ ହରିକେନ୍ସ ଓ ଶେଫିଲ୍ଡ ଶିଲ୍ଡରେ ତାସମାନିଆ ଦଳ ପାଇଁ ଖେଳୁଛନ୍ତି। ସିଡ୍‌ନୀ ମର୍ନିଂ ହରାଲ୍ଡ ଓ ଦ ଏଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ସକ୍ରିୟ କ୍ରିକେଟର ଭାବେ ଜାତୀୟ ଚୟନକର୍ତ୍ତା ଦାୟିତ୍ୱ ନେବାରେ ବେଲି ପ୍ରଥମ ଅଷ୍ଟ୍ରେଲିଆ ଖେଳାଳି ନୁହନ୍ତି। ତାଙ୍କ ପୂର୍ବରୁ ଡନ ବ୍ରାଡମାନ ଓ ମାଇକେଲ କ୍ଲାର୍କ ଜାତୀୟ ଦଳର ଅଧିନାୟକ ଥିବାବେଳେ ଚୟନକର୍ତ୍ତା ପଦରେ ନିଯୁକ୍ତ ହୋଇଥିଲେ। ବେଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୯୦ ଦନିକିଆ ଓ ୩୦ ଟି୨୦ ମ୍ୟାଚ୍‌ ଖେଳିସାରିଥିଲେ ମଧ୍ୟ ସନ୍ନ୍ୟାସ ନେଇ ନାହାନ୍ତି।

Share