Categories: ଫୁରସତ

ବେଲୁନ୍‌ ଲ୍ୟାମ୍ପ: ଉଚ୍ଚତା ୩୫ ସେ.ମି., ମୂଲ୍ୟ ୩୭ ଡଲାର

ହରର୍‌ ମୁଭି ଦେଖିବାକୁ ଭଲ ପାଉଥିବା ବ୍ୟକ୍ତି ନିଶ୍ଚିତଭାବେ ୨୦୧୭ରେ ଆସିଥିବା ଷ୍ଟିଫେନ୍‌ କିଙ୍ଗଙ୍କ ଉପନ୍ୟାସ ‘ଇଟ୍‌’ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିଥିବେ। ସେଥିରେ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଜୋକର୍‌ ହାତରେ ଏକ ଲାଲ ରଙ୍ଗର ବେଲୁନ୍‌ ଦେଖିଥିବେ। ବେଲୁନ୍‌ଟି ବେଶ୍‌ ସୁନ୍ଦର କିନ୍ତୁ ବେଶ୍‌ ରହସ୍ୟଜନକ ଓ ଭୟାନକ ଲାଗୁଥିଲା। ସେହି ବେଲୁନ୍‌କୁ ନଜରରେ ରଖି ତିଆରି ହୋଇଛି ଏକ ଲ୍ୟାମ୍ପ, ଯାହାକି ଅବିକଳ ଚଳଚ୍ଚିତ୍ରର ଲାଲ ବେଲୁନ୍‌ ପରି ଦେଖାଯାଏ। ଆଉ ଯେବେ ସେଥିରେ ବିଦ୍ୟୁତ ସଂଯୋଗ କରାଯାଏ ତାହା ଜଳିଉଠେ, ଲାଗେ ବେଶ୍‌ ସୁନ୍ଦର କିନ୍ତୁ ରହସ୍ୟମୟ। ବର୍ତ୍ତମାନ ଏହି ବେଲୁନ୍‌ ଲ୍ୟାମ୍ପ ଅନଲାଇନ୍‌ ବିକ୍ରି ହେଉଛି। ଏହାର ଉଚ୍ଚତା ୩୫ ସେ.ମି. ଓ ମୂଲ୍ୟ ୩୭ ଡଲାର।

Share