ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଜେଏମ୍‌)ଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ବେଲ୍‌ ଆବେଦନ ଖାରଜ ହୋଇଯିବାରୁ ପୋଲିସ ବିକ୍ରମଙ୍କୁ ଅନୁଗୋଳ ଜେଲକୁ ପଠାଇ ଦେଇଛି।
ପ୍ରକାଶ ଯେ, ଚୋରା ମଦ କାରବାର ଅଭିଯୋଗରେ ଶୁକ୍ରବାର ସକାଳେ ଅନୁଗୋଳ ପୋଲିସ ବିକ୍ରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ତାଙ୍କ ନାମରେ ଥିବା କରଡ଼ାଗାଡ଼ିଆ ମଦ ଭାଟିରୁ ପୋଲିସ ୪୪୪୦ ଲିଟର ଦେଶୀ ମଦ ସହ ୬ ହଜାର ଲିଟର ପୋଚ ଓ ୩୦ଟି ପ୍ଲାଷ୍ଟିକ ଜାର ଜବତ କରିଥିଲା। ଏହି ଘଟଣାରେ ବିକ୍ରମଙ୍କ ସହ ମୋଟ୍‌ ୪୩ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ମେଡିକାଲରେ ସ୍ବାସ୍ଥ୍ୟପରୀକ୍ଷା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବାରୁ ୩ ଜଣ ଡାକ୍ତର ତାଙ୍କୁ ଅସୁସ୍ଥ ଘୋଷଣା କରିଥିଲେ। ୨ ଦିନ ମେଡିକାଲରେ ଚିକିତ୍ସିତ ହେବା ପରେ ରବିବାର ଅପରାହ୍ନ ୩ଟା ୪୦ରେ ମେଡିସିନ୍‌ ବିଭାଗର ଡାକ୍ତର ଗୋକୁଳାନନ୍ଦ ବେହେରା ବିକ୍ରମଙ୍କୁ ଡିସଚାର୍ଜ କରିଥିଲେ। ଏ ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା। ଏହାପରେ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀ, ପ୍ରକାଶ ମାଝି ଓ ବିପ୍ଳବ ସାହୁ ଏକ ଆମ୍ବୁଲାନ୍ସରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲେ। କିନ୍ତୁ ବିଚାରପତି ବେଲ୍‌ ପିଟିସନ୍‌ ଖାରଜ କରିଦେବାରୁ ସେଠାରୁ ବିକ୍ରମଙ୍କୁ ଜେଲକୁ ନିଆଯାଇଥିଲା। ଜେଲ କର୍ତ୍ତୃପକ୍ଷ ଓ ପୋଲିସ ଏକ ଷ୍ଟେଚରରେ ତାଙ୍କୁ ଭିତରକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ମେଡିକାଲରୁ ଡିସଚାର୍ଜ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବେଲ୍‌ ଖାରଜ ହୋଇଯିବାରୁ ଜେଲ ପଠାଇ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଦାୟିତ୍ୱରେ ଥିବା ମେଡିସିନ୍‌ ସ୍ପେଶାଲିଷ୍ଟ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା କହିବା ପରେ ପୋଲିସକୁ ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ବର୍ବରତା: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ...

ଅପରେଶନବେଳେ ଜଙ୍ଗଲରୁ ୩ ମିଲିସିଆଙ୍କୁ ଗିରଫ କଲେ ସୁରକ୍ଷାବାହିନୀ

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ...

ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮

କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମସ୍ଥିତ କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହଠାରୁ ଲୁହାରଡ୍‌ ଚୋରି ଘଟଣାରେ ୮ଜଣ ଚୋରଙ୍କୁ...

ହତ୍ୟାକାରୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

କେନ୍ଦୁଝର,୧୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ହତ୍ୟା ମାମଲାର କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜ୍‌ ମମିତା ଦାସ ବୁଧବାର ଦୋଷୀ ସାବ୍ୟସ୍ତ କରି ରାୟରେ ସଦର ବ୍ଲକ ମଇଦାନ...

ଚାଷଜମିରେ ବଡ଼ଭାଇଙ୍କ ଜୀବନ ନେଇଗଲେ ସାନଭାଇ, ପଛେ ପଛେ ଭାଉଜ ବି…

ଆସିକା,୧୩।୧୧: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳୀ ପଞ୍ଚାୟତର ସମେଇଗୁଡ଼ା ଗ୍ରାମରେ ବୁଧବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ସେହି ଗ୍ରାମର ରାଜୁ...

ଜାମିନରେ ଆସିଥିଲେ, ହେଲେ କାଶୀପୁର ବ୍ଲକ ଜେଇଙ୍କୁ ପୁଣି ବାନ୍ଧିଲା ଭିଜିଲାନ୍ସ

ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର କନିଷ୍ଠଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆୟ ବହିର୍ଭୂତ ମାମଲା...

ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ

ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ...

ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର/ଆନନ୍ଦପୁର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ନଦିଆଁ ଗ୍ରାମରେ ରବିବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଡମ୍ପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri