‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪ ଏବେ ଧମାଲ୍‌ ମଚାଉଛି। ଅନ୍ୟ ପଟେ ଫିଲ୍ମ ସୂର୍ଯ୍ୟବଂଶୀର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଏବେ ପୁଣି ବାଶୁ ଭଗନାନିଙ୍କ ଆଗାମୀ ପ୍ରୋଜେକ୍ଟରେ ସେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଏହି ଫିଲ୍ମର ନା ରହିଛି ‘ବେଲ୍‌ ବଟମ୍‌’। ଫିଲ୍ମର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଥିବା ବେଳେ ଏଥିରେ ଅକ୍ଷୟଙ୍କ ଡିଫ୍‌ରେଣ୍ଟ ଲୁକ୍‌ ଦେଖିବାକୁ ମିଳିଛି। ପୂର୍ବରୁ ଅକ୍ଷୟଙ୍କୁ ଏଭଳି ଅବତାରରେ କେବେ ଦେଖିବାକୁ ମିଳିନାହିଁ। ଅକ୍ଷୟ ଉକ୍ତ ଫିଲ୍ମରେ ଥିବା ନିଜର ଫାଷ୍ଟ ଲୁକ୍‌କୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ରଞ୍ଜିତ ଏମ୍‌ ତିଓ୍ବାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ଥ୍ରୀଲର ମଧ୍ୟ ରହିଛି। ଫିଲ୍ମଟି ୨୦୨୧ ଜାନୁୟାରୀ ୨୨ରେ ପରଦାକୁ ଆସିବ।

Share