Categories: ଜାତୀୟ

ବେହୋସ୍‌ ଛାତ୍ରଙ୍କୁ ଦେଖି କରୋନାଭାଇରସ ଭୟରେ ହସ୍ପିଟାଲ ହେଲା ଖାଲି

ରାଞ୍ଚି,୭।୨: କରୋନାଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ଝାଡ଼ଖଣ୍ଡର ସାହିବଗଞ୍ଜରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ କୌଣସି କାରଣରୁ ୪ ଜଣ ଶିକ୍ଷାର୍ଥୀ ଜଣକ ପରେ ଜଣେ ବେହୋସ ହୋଇ ଯାଇଥିଲେ। ଏହି ପିଲାମାନଙ୍କୁ ତୁରନ୍ତ ନିକଟରେ ଥିବା ସଦର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କର ଚିକିତ୍ସା କରିବା ପୂର୍ବରୁ କେହି ଜଣେ ଏମାନେ କରୋନାଗାଇରସ ଆକ୍ରାନ୍ତ ବୋଲି ପ୍ରଚାର କରିଦେଇଥିଲେ। ଫଳରେ ହସ୍ପିଟାଲରେ ଥିବା ପ୍ରାୟ ସମସ୍ତ ରୋଗୀ ନିଜ ନିଜ ବେଡ୍‌ ଛାଡି ପଳାଇ ଯାଇଥିବା ଜଣାପଡିଛି। ଯଦିଓ ପିଲାମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା ସେତେବେଳକୁ କିନ୍ତୁ ହସ୍ପିଟାଲ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲା ବୋଲି କୁହାଯାଉଛି।

Share