Categories: ଜାତୀୟ

ବେହୋସ ହୋଇ ପଡିଗଲେ ପ୍ରଜ୍ଞା

ଭୋପାଳ,୨୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟରେ ମଙ୍ଗଳବାର ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇ ପଡିଥିଲେ। ଶ୍ୟମା ପ୍ରସାଦ ମୁଖାର୍ଜୀ ପ୍ରଦର୍ଶନୀରେ ଉପସ୍ଥିତ ଥିବା ସମୟରେ ହଠାତ୍‌ ପଜ୍ଞା ବେହୋସ ହୋଇ ତଳେ ପଡି ଯାଇଥିଲେ। ସେଠାରେଥିବା ଲୋକେ କୌଣସି ମତେ ତାଙ୍କୁ ଉଠାଇ ଚୌକିରେ ବସାଇଥିଲେ। ସୂଚନାଯୋଗ୍ୟ, କିଛିଦିନ ହେବ ସେ ଅସୁସ୍ଥତା ପାଇଁ ଦିଲ୍ଲୀରେ ରହୁଥିବା କହିଥିଲେ। ଏମିତିକି ତାଙ୍କର ଗୋଟିଏ ଆଖିର ଦୃଷ୍ଟି ଶକ୍ତି କମ୍‌ ହୋଇଥିବା ମଧ୍ୟ ସେ ଜଣାଇଥିଲେ। ଅନ୍ୟପଟେ ଶ୍ୟମା ପ୍ରସାଦ ମୁଖାର୍ଜୀ ପ୍ରଦର୍ଶନୀର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ ଧାରା ୩୭୦ ଉଚ୍ଛଦ କରିବାର ସ୍ବପ୍ନ ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଖିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ଦେଶ ଆତ୍ମନିର୍ଭରଶୀଳ ହେବ ବୋଲି ସେ କହିଛନ୍ତି।

Share