Categories: ଖେଳ

ବେୟର୍ନ ମ୍ୟୁନିକ୍‌ର ଟ୍ରେନିଂ ଆରମ୍ଭ

ବର୍ଲିନ, ୭ା୪ (ଏଏଫ୍‌ପି)- ବୁଣ୍ଡେସ୍‌ଲିଗାର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ ଟିମ୍‌ ବେୟର୍ନ ମ୍ୟୁନିକ୍‌ ସୋମବାରଠାରୁ ଏହାର ଟ୍ରେନିଂ କାର୍ଯ୍ୟ ଆରମ୍ଭ କରିଛି। କରୋନା ଭାଇରସ୍‌ ପାଇଁ ଜର୍ମାନ ଲିଗ୍‌ ସସ୍‌ପେଣ୍ଡ ହେବା ପରେ ଖେଳାଳିମାନଙ୍କ ଟ୍ରେନିଂ ବନ୍ଦ ରଖାଯାଇଲା। ଫୁଟ୍‌ବଲରମାନେ ଛୋଟ ଛୋଟ ଗ୍ରୁପ୍‌ରେ ବିଭକ୍ତ ହୋଇ ଅଭ୍ୟାସ କରୁଛନ୍ତି। ଖେଳ ବେଳେ ସାମାଜିତ ଦୂରତା ବଜାୟ ରଖାଯାଉଛି। ପ୍ରତିଟି ଖେଳାଳି ଅତିକମ୍‌ରେ ପରସ୍ପର ମଧ୍ୟରେ ୧.୫ ମିଟର ଦୂରତା ରକ୍ଷା କରୁଛନ୍ତି। ମାର୍ଚ୍ଚ ୧୩ରୁ ବୁଣ୍ଡେସଲିଗା ସ୍ଥଗିତ ରଖାଯିବା ପରେ ପ୍ରଥମ ଥର ପାଇଁ ଅଧିନାୟକ ମାନୁଏଲ୍‌ ନେଉର୍‌, ରବର୍ଟ ଲିଓ୍ବାଣ୍ଡୋସ୍କି ଏବଂ ଥୋମାସ ମୁଲର ଏକତ୍ର ତାଲିମ ନେଉଛନ୍ତି। ଖେଳାଳିମାନଙ୍କୁ ପରସ୍ପରକୁ କୁଣ୍ଢାଇବା ଅବା କରମର୍ଦ୍ଦନ କରିବାରେ ବାରଣ କରାଯାଇଛି। ୨୧ ଜଣିଆ ଦଳକୁ ୫ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତିଟି ଗ୍ରୁପ୍‌ରେ ଅତି ବେଶିରେ ୫ ଖେଳାଳି ରହିବେ। ପୋଷାକ ବଦଳାଇବା ରୁମ୍‌ ଖେଳାଳିମାନଙ୍କୁ ୪ମିଟର ଦୂରତା ବଜାୟ ରଖିବା ଲାଗି ନିର୍ଦ୍ଦେଶ ରହିଛି। ସୋମବାରଠାରୁ ଅନ୍ୟ କେତୋଟି ଫୁଟ୍‌ବଲ ଦଳ ମଧ୍ୟ ସେମାନଙ୍କର ଅଭ୍ୟାସ ଆରମ୍ଭ କରିଛନ୍ତି।

Share