ବ୍ରହ୍ମପୁର ଅଫିସ,୨୦।୮: ସମାଜ ସଂସ୍କାରକ, ହେତୁବାଦୀ ଓ ମନନବାଦୀ ଡ. ନରେନ୍ଦ୍ର ଡାଭୋଲକରଙ୍କୁ ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ହତ୍ୟା କରାଯାଇଥିଲା। ମୌଳବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଏଣୁ ମନନବାଦୀ ଏବଂ ହେତୁବାଦୀ ସଂଗଠନଗୁଡ଼ିକ ପକ୍ଷରୁ ଏହି ଦିନକୁ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ମଙ୍ଗଳବାର ମନନବାଦୀ ଓ ହେତୁବାଦୀ ସଂଗଠନ ଗଞ୍ଜାମ ଶାଖା ପକ୍ଷରୁ ସ୍ଥାନୀୟ ଖଲ୍ଲିକୋଟ କଲେଜ ନିକଟରେ ଜାତୀୟ ବୈଜ୍ଞାନିକ ମନୋଭାବ ଦିବସ ପାଳନ କରାଯିବା ସହ ଅନ୍ଧବିଶ୍ୱାସ ବିରୋଧରେ ଲଢ଼େଇ ପାଇଁ ଆହ୍ବାନ ଦିଆଯାଇଥିଲ। ଏଥିରେ ସଂଗଠନର ସଭାପତି ଇ.ଟି. ରାଓ, ସମ୍ପାଦକ କେ. ନନ୍ଦେଶୁ ସେନାପତି, କିଶୋର ଚନ୍ଦ୍ର ମିଶ୍ର, ରାଜା ସୁରେଶ, କେ.ବସବ ରାଜୁ, ରାଜବାଳା ତ୍ରିପାଠୀ, ସୁଶାନ୍ତ ପ୍ରଧାନ, ବି.ବାଳକୃଷ୍ଣଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।