ବୈଠକକୁ ଯାଇଥିବା ପିଇଓ, ଜିଆର୍‌ଏସ୍‌ଙ୍କୁ ତାଲା

କୋଟଗଡ,୧୮ା୧୨(ଡି.ଏନ.ଏ.): କୋଟଗଡ ବ୍ଲକ ପାରିଗଡ ଗ୍ରାମ ପଞ୍ଚାୟତରେ ସୋମବାର ମାସିକ ବୈଠକ ଥିଲା। ପାରିଗଡ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ବିନାୟକ ନାୟକ ଓ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ସୋମ୍ୟ ରଞ୍ଜନ ନନ୍ଦ ପାରିଗଡ ଯାଇଥିଲେ। ମାତ୍ର ସରପଞ୍ଚଙ୍କ ବିରୋଧୀ ଗୋଷ୍ଠୀ ବୈଠକ କରାଇ ଦେଇ ନ ଥିଲେ। ଦୁଇ କର୍ମଚାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଅଟକ ରଖିଥିଲେ। ଦୀର୍ଘ ସମୟ ଧରି ଅଟକ ରହିବା ପରେ ଖବର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ପହଞ୍ଚତ୍ଥିଲା। ମାଓବାଦୀପ୍ରବଣ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପୋଲିସ ପ୍ରଶାସନ ସେଠାକୁ ରାତିରେ ଯିବାକୁ ମନା କରିଥିଲେ। ମାତ୍ର ସାହସବାନ୍ଧି କେତେଜଣ ବ୍ଲକ କର୍ମଚାରୀ କୋଟଗଡର ସ୍ଥାନୀୟ ଲୋକଙ୍କ ସହ ରାତି ପ୍ରାୟ ୯ଟାରେ ପାରିଗଡରେ ପହଞ୍ଚତ୍ଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ଲିଖିତ ପ୍ରତିଶ୍ରୁତି ଦେବାପରେ ରାତି ପ୍ରାୟ ୨ଟାରେ ଉଦ୍ଧାର କରି ଆଣିଥିବା ସୂଚନା ମିଳିଛି।