ନୂଆଦିଲ୍ଲୀ,୧୪।୯: ଜମ୍ମୁ-କଶ୍ମୀର ମାମଲାକୁ ନେଇ ପାକିସ୍ତାନ ଯେଉଁଭଳି ବିରୋଧୀ ମତ ଦେଉଛି ତା’ର ଏକ ସ୍ପଷ୍ଟ ଚିତ୍ର ପୁଣି ଦେଖିବାକୁ ମିଳିଛି। ନିଜର ପୂର୍ବ ପ୍ରକୃତିକୁ ନେଇ ଏବେ ବଦନାମ ହୋଇଛି ପାକିସ୍ତାନ। ଭାରତ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଦୁଇ ଦିବସୀୟ ସାଂଘାଇ ସହଯୋଗ ସଂଗଠନ(ଏସ୍ସିଓ)ର ସୈନ୍ୟ ଚିକିତ୍ସା ସମ୍ମିଳନୀରେ ପାକିସ୍ତାନର ପ୍ରତିନିଧି ମଣ୍ଡଳ ସାମିଲ ହୋଇ ନ ଥିଲେ। ହେଲେ ଯେତେବେଳେ ରାତ୍ର ଭୋଜନର ସମୟ ହେଲା ସେତେବେଳେ ପାକିସ୍ତାନର ଅଧିକାରୀମାନେ ପହଞ୍ଚିଯାଇଥିଲେ। ପାକିସ୍ତାନର ଏଭଳି ଆଚରଣ ଦେଖିବା ପରେ ତାକୁ ଦରିଦ୍ର ବୋଲି ସମାଲୋଚନା କରାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ୨୭ ଅନ୍ତରାଷ୍ଟ୍ରୀୟ ଓ ୪୦ ଭାରତୀୟ ପ୍ରତିନିଧିମଣ୍ଡଳ ଯୋଗ ଦେଇଥିଲେ।