ବୈତରଣୀରେ ଜଳସ୍ତର ହ୍ରାସ: ଟଳିଲା ବନ୍ୟା ଆଶଙ୍କା

ଭଣ୍ଡାରିପୋଖରୀ,୮।୯(ଡ଼ି.ଏନ୍‌.ଏ): ଭଦ୍ରକଦେଇ ପ୍ରବାହିତ ବୈତରଣୀ ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବେଶ କରିଥିଲା। ଆଖୁଆପଦାଠାରେ ବିପଦ ସଂକେତ ଅତିକ୍ରମ କରି ରାତି ୧୧ଟା ସୁଦ୍ଧା ଜଳସ୍ତର ୧୮.୧୩ ମିଟର ହୋଇଥିଲା। ଏହା କ୍ରମଶଃ ରାତି ୧୨ଟାରୁ କମିବା ଆରମ୍ଭ ହୋଇ ରବିବାର ମଧ୍ୟାହ୍ନ ୧୨ଟାରେ ବିପଦ ସଂକେତ ତଳେ ଅର୍ଥାତ୍‌ ୧୭.୬୭ରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି। ବନ୍ୟାଜଳ କଣ୍ଟିଘାଇ ଏସ୍‌କେପ୍‌ରେ ପ୍ରବାହିତ ହୋଇ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି।