ବୈତରଣୀରେ ପ୍ରଥମ ବନ୍ୟାଜଳ ପ୍ରବେଶ : ବିପଦ ସଙ୍କେତ ଉପରେ ଚାଲିଛି ପାଣି

ଭଣ୍ଡାରିପୋଖରୀ,୭।୯(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଉପରମୁଣ୍ଡରେ ଲାଗି ରହିବା ଯୋଗୁ ଭଦ୍ରକ ଜିଲାରେ ପ୍ରବାହିତ ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ବୈତରଣୀର ଜଳସ୍ତର ଅଖୁଆପଦା ଆନିକଟଠାରେ ଶନିବାର ପୂର୍ବାହ୍ନ ୧୦ଟାରେ ୧୭. ୭ ମିଟର ରହିଥିବାବେଳେ ୧୧ଟାରେ ୧୭.୧୨ ମିଟର, ୧୨ ଟାରେ ୧୭.୨୯ ମିଟର, ଏବଂ ଗୋଟାଏରେ ୧୭.୪୭ ମିଟର ୨ ଟାରେ ୧୭.୬୩ ମିଟର ଓ ୩ ଟାରେ ୧୭.୭୬ ମିଟର ହେବା ସହ ୩ଟା ୨୫ରେ ବୈତରଣୀ ବିପଦ ସଙ୍କେତ ଟପିଥିଲା। ଆଖୁଆ ପଦାରେଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ୪ଟାରେ ୧୭.୮୮ ମିଟର ଜଳ ପ୍ରବାହିତ ହୋଇଛି। ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ, ଆଖୁଆପଦା ୨୫. ୬ ମିମି, ଆନନ୍ଦପୁରରେ ୨୫୫.୨ ମିମି, ସୋମପାଟଣାରେ ୨୮.୨ ମିମି, କେନ୍ଦୁଝରରେ ୨୫.୦ ମିମି, ଠାକୁରମୁଣ୍ଡାରେ ୨୪.୨ମିମି, ଚମ୍ପୁଆରେ ୨୫.୮ ମିମି ବର୍ଷା ହୋଇଛି। ତେବେ ଏହିି ବନ୍ୟାଜଳ ବୃୃଦ୍ଧିପାଇ ୧୮.୨୦ମିଟର ଭିତରେ ରହିବ ବୋଲି ଆଖୁଆପଦା ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ସୁଶାନ୍ତ ଦାସ କହିଛନ୍ତି।